ETV Bharat / sports

ଇଂଲଣ୍ଡ ଗସ୍ତରୁ ଓହରିଲେ ମହମ୍ମଦ ଆମିର-ହାରିସ ସୋହେଲ - ଇଂଲଣ୍ଡ ଗସ୍ତରୁ ଓହରିଲେ ହାରିସ ସୋହେଲ

ବ୍ୟକ୍ତିଗତ କାରଣ ଦର୍ଶାଇ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ହାରିସ ସୋହେଲ ଓ ପେସ ବୋଲର ମହମ୍ମଦ ଆମିର ପାକିସ୍ତାନର ଆଗାମୀ ଇଂଲଣ୍ଡ ଗସ୍ତରୁ ଓହରି ଯାଇଛନ୍ତି ।

Mohammad Amir, Haris Sohail withdraw their name from Pakistan's tour of England
ଇଂଲଣ୍ଡ ଗସ୍ତରୁ ଓହରିଲେ ମହମ୍ମଦ ଆମିର-ହାରିସ ସୋହେଲ
author img

By

Published : Jun 12, 2020, 12:00 PM IST

ଲାହୋର: ପାକିସ୍ତାନ କ୍ରିକେଟ ଟିମ ଆଗାମୀ ଇଂଲଣ୍ଡ ଗସ୍ତ ପାଇଁ ପ୍ରସ୍ତୁତି ଚଳାଇଛି । ତେବେ ଏହିଗସ୍ତରୁ ବ୍ୟକ୍ତିଗତ କାରଣ ଦର୍ଶାଇ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ହାରିସ ସୋହେଲ ଓ ପେସ ବୋଲର ମହମ୍ମଦ ଆମିର ଓହରି ଯାଇଛନ୍ତି ।

Mohammad Amir, Haris Sohail withdraw their name from Pakistan's tour of England
ମହମ୍ମଦ ଆମିର

ପାକିସ୍ତାନ କ୍ରିକେଟ ବୋର୍ଡର ସୂଚନା ଅନୁଯାୟୀ; ଅଗଷ୍ଟରେ 2ୟ ସନ୍ତାନର ପିତା ହେବେ ସ୍ପିଡଷ୍ଟାର ଆମିର । ସେଥିପାଇଁ ସେ ପରିବାର ସହ ରହିବାକୁ ଚାହିଁଛନ୍ତି । ଅନ୍ୟପଟେ ହାରିସ ସୋହେଲ ପାରିବାରିକ କାରଣରୁ ଇଂଲଣ୍ଡ ଗସ୍ତରୁ ଓହରିଛନ୍ତି ।

ହାରିସ ସୋହେଲ

ପିସିବି ପକ୍ଷରୁ 28 ଜଣିଆ ପାକିସ୍ତାନ ଟିମ ଓ 14 ଜଣ ସପୋର୍ଟ ଷ୍ଟାଫ୍ ଇଂଲଣ୍ଡ ଗସ୍ତ କରିବେ ବୋଲି ଜଣାପଡିଛି । ଏହି ଗସ୍ତରେ ଅଗଷ୍ଟ-ସେପ୍ଟେମ୍ବରରେ ଇଂଲଣ୍ଡ ବିପକ୍ଷରେ ପାକିସ୍ତାନ 3ଟି ଟେଷ୍ଟ ଓ 3ଟି ଟି-20 ମ୍ୟାଚ ଖେଳିବାର ସୂଚୀ ରହିଛି ।

ପୂର୍ବରୁ ପାକିସ୍ତାନ କ୍ରିକେଟ ବୋର୍ଡ ଏକ ସୁରକ୍ଷିତ ପରିବେଶରେ ନ୍ୟାସନାଲ କ୍ୟାମ୍ପ ଆୟୋଜନ ପାଇଁ ଯୋଜନା କରୁଥିବା ଘୋଷଣା କରିଛି । ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ, ଖୋଲା ପଡିଆରେ ଅଭ୍ୟାସ ଆରମ୍ଭକୁ ଖେଳାଳିଙ୍କୁ ବାରଣ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.