ETV Bharat / sports

'ସମୟ ଆସିଯାଇଛି ମହିଳା ଆଇପିଏଲ ପାଇଁ'

ମିତାଲି କହିଛନ୍ତି ଯେ କିଛି ବର୍ଷ ଆଗରୁ ଲୋକେ ମହିଳା କ୍ରିକେଟରଙ୍କୁ ଚିହ୍ନିନଥିଲେ । ଏହି ଖେଳ ବିଷୟରେ ଜାଣିନଥିଲେ । କିନ୍ତୁ ଗତବର୍ଷ ବିଶ୍ୱକପ ପରେ ଭାରତୀୟ ମହିଳା କ୍ରିକେଟରଙ୍କ ପରିଚୟ ବଦଳି ଯାଇଥିଲା । ଲୋକେ ସେମାନଙ୍କୁ ଭଲ ଭାବେ ଚିହ୍ନିଥିଲେ ।

ଫାଇଲ ଫଟୋ
author img

By

Published : Feb 27, 2019, 9:43 PM IST

ମୁମ୍ୱାଇ: ଏବେ ମହିଳା କ୍ରିକେଟରଙ୍କର ମଧ୍ୟ ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ) ହେବା ଉଚିତ । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଏହା ସବୁଠାରୁ ଉତ୍କୃଷ୍ଟ ସମୟ । ଭାରତୀୟ କ୍ରିକେଟ ବୋର୍ଡ(ବିସିସିଆଇ) ଏହା ବିଷୟରେ ଚିନ୍ତା କରିବା ଉଚିତ ବୋଲି ଭାରତୀୟ ମହିଳା ଦିନିକିଆ କ୍ରିକେଟ ଦଳର ଅଧିନାୟିକା ମିତାଲି ରାଜ କହିଛନ୍ତି ।

ମିତାଲି କହିଛନ୍ତି ଯେ କିଛି ବର୍ଷ ଆଗରୁ ଲୋକେ ମହିଳା କ୍ରିକେଟରଙ୍କୁ ଚିହ୍ନିନଥିଲେ । ଏହି ଖେଳ ବିଷୟରେ ଜାଣିନଥିଲେ । କିନ୍ତୁ ଗତବର୍ଷ ବିଶ୍ୱକପ ପରେ ଭାରତୀୟ ମହିଳା କ୍ରିକେଟରଙ୍କ ପରିଚୟ ବଦଳି ଯାଇଥିଲା । ଲୋକେ ସେମାନଙ୍କୁ ଭଲ ଭାବେ ଚିହ୍ନିଥିଲେ । ଏପରିକି ଅନେକ ଲୋକ ଜାଣିବାକୁ ଚେଷ୍ଟା କରିଥିଲେ ଯେ ଭାରତୀୟ ମହିଳା ଦଳ କଣ ଏବଂ ଏଥିରେ କିଏ କିଏ ଖେଳୁଛନ୍ତି । ଫଳରେ ବିଶ୍ୱ କ୍ରିକେଟରେ ଏମାନଙ୍କର ଏକ ନୂଆ ପରିଚୟ ସୃଷ୍ଟି ହୋଇଥିଲା ବୋଲି ସେ କହିଛନ୍ତି ।

ଏହାସହ ଏବେ ଆଇସିସି ମଧ୍ୟ ମହିଳା କ୍ରିକେଟକୁ ପ୍ରୋତ୍ସାହିତ କରିବା ପାଇଁ ନୂଆ ପଦକ୍ଷେପ ଆରମ୍ଭ କରିଛି । ମହିଳାଙ୍କୁ ଟ୍ୱେଣ୍ଟି20 ଖେଳରେ ଅଧିକ ସୁଯୋଗ ମିଳୁଛି । ତେଣୁ ବିସିସିଆଇକୁ ଏବେ ମହିଳା ଆଇପିଏଲ ବିଷୟରେ ଚିନ୍ତା କରିବାର ସମୟ ଆସିଯାଇଛି । ଏହାଦ୍ୱାରା ବିଶ୍ୱ ଦରବାରରେ ମହିଳା କ୍ରିକେଟକୁ ଏକ ନୂଆ ପରିଚୟ ମିଳିବ ବୋଲି ମିତାଲି କହିଛନ୍ତି ।

ବର୍ତ୍ତମାନ ଭାରତୀୟ ମହିଳା ଦଳ ଭ୍ରମଣକାରୀ ଇଂଲଣ୍ଡ ମହିଳା ଦଳ ବିପକ୍ଷରେ 3 ମ୍ୟାଚର ଦିନିକିଆ ସିରିଜ ଖେଳୁଛି । ଏଥିରେ ପ୍ରଥମ ମ୍ୟାଚକୁ ଏହା ସହଜରେ ଜିତିନେଇ ସିରିଜରେ 1-0ରେ ଆଗୁଆ ରହିଛି । ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ମହିଳା ବିଶ୍ୱକପରେ ଭାରତୀୟ ମହିଳା ଦଳ ଫାଇନାଲରେ ଇଂଲଣ୍ଡ ଠାରୁ ହାରିଯାଇଥିଲା ।

undefined

Intro:ମୟୁରଭଞ୍ଜ ଜିଲ୍ଲା ଦିବ୍ୟାଙ୍ଗ ସଂଘ ପକ୍ଷରୁ 22 ଦଫା ଦାବି ନେଇ ଆଜି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଙ୍କ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଦିବ୍ୟାଙ୍ଗ ସଂଘ ର ଦାବି ଗୁଡିକ ମଧ୍ୟରେ ମୁଖ୍ୟତଃ ଦିବ୍ୟାଙ୍ଗ ଙ୍କୁ ପ୍ରମାଣ ପତ୍ର ଠିକ ଭାବେ ପ୍ରଦାନ, ଜିଲ୍ଲାର ଦିବ୍ୟାଙ୍ଗ ମାନଙ୍କୁ ଚିହ୍ନଟ କରି ଉପଯୁକ୍ତ ଭତ୍ତା, ଦିବ୍ୟାଙ୍ଗ ଙ୍କୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଗ୍ରାଧିକାର ଦେବା ସହ ଦିବ୍ୟାଙ୍ଗ କୁ ସରକାରୀ ଘର, ସର୍ବନିମ୍ନ ଭତ୍ତା 3000 ଟଙ୍କା କୁ ବୃଦ୍ଧି କରିବା ସହ ସରକାରୀ ଅଫିସ ରେ ଦିବ୍ୟାଙ୍ଗ ପାଇଁ ସଂରକ୍ଷଣ ଥୁବ ପଦବୀ ଯଥାଶୀଘ୍ର ପୂରଣ କରିବା ଦାବି ସଂଘ ପକ୍ଷରୁ କରାଯାଇଛି।

Body: ସଙ୍ଘ ପକ୍ଷରୁ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଶତାଧିକ ଦିବ୍ୟାଙ୍ଗ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ୟେଶରେ ଏକ ଦାବିପତ୍ର ଜିଲ୍ଲାପାଳ ଙ୍କୁ ପ୍ରଦାନ କରିଥିଲେ। ସରକାର ଆଗାମୀ ଦିନରେ ଏ ଦାବି ପ୍ରତି ଧ୍ୟାନ ନଦେଲେ ଆଗାମୀ ନିର୍ବାଚନ ରେ ଭୋଟ ବର୍ଜନ ର ଧମକ ଦେଇଛି ସଙ୍ଘ।
ବାଇଟ- ତରୁଣ କୁମାର ବେହେରା-ସଭାପତି ଦିବ୍ୟାଙ୍ଗ ସଂଘ
ବାଇଟ-ଲିଲି ପାତ୍ର-ମହିଳା-ଦିବ୍ୟାଙ୍ଗ ଅଭିଭାବକ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.