ETV Bharat / sports

ଅନନ୍ୟ ମିତାଲି: 7000 ଦିନିକିଆ ରନ୍‌ ପୂରଣ କରିବାରେ ପ୍ରଥମ ମହିଳା କ୍ରିକେଟର - first femele cricketer

ଇତିହାସ ରଚିଲେ ଭାରତୀୟ ମହିଳା କ୍ରିକେଟ ଟିମର କ୍ୟାପଟେନ ମିତାଲି ରାଜ । 7000 ଦିନିକିଆ ରନ୍‌ ପୂରଣ କରିବାରେ ବିଶ୍ବର ପ୍ରଥମ ମହିଳା କ୍ରିକେଟର ହେଲେ ମିତାଲି ରାଜ । ଅଧିକ ପଢନ୍ତୁ...

MITHALI RAJ CREATES ANOTHER HUGE RECORD BECOMES FIRST FEMALE CRICKETER TO SCORE 7000 ODI RUNS
ଅନନ୍ୟ କ୍ରିକେଟର ମିତାଲି: 7000 ଦିନିକିଆ ରନ୍‌ ପୂରଣ କରିବାରେ ପ୍ରଥମ ମହିଳା
author img

By

Published : Mar 14, 2021, 4:04 PM IST

ଲକ୍ଷ୍ନୌ: ଭାରତୀୟ ମହିଳା କ୍ରିକେଟ ଟିମର କ୍ୟାପଟେନ ମିତାଲି ରାଜ ରବିବାର ଆଉଏକ କିର୍ତ୍ତୀମାନ ହାସଲ କରିଛନ୍ତି । ଦିନିକିଆ କ୍ରିକେଟରେ 7000 ରନ ସଂଗ୍ରହ କରିବାରେ ଭେଟେରାନ ମିତାଲି ପ୍ରଥମ ମହିଳା କ୍ରିକେଟର ବନିଯାଇଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ 4ର୍ଥ ଦିନିକିଆ ମ୍ୟାଚରେ ସେ ଏହି ବିରଳ ମାଇଲଷ୍ଟୋନକୁ ଅତିକ୍ରମ କରିଛନ୍ତି । ଏହି ମ୍ୟାଚ ପୂର୍ବରୁ ତାଙ୍କ ନାମରେ 6974 ଦିନିକିଆ ରନ ରହିଥିଲା । ମାତ୍ର ଟସ୍‌ ହାରିବା ପରେ ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ପଡିଲା । ଫଳରେ ମୋଟ ବ୍ୟକ୍ତିଗତ ଦିନିକିଆ ରନରେ 26 ରନ ଯୋଡିବା ପରେ ଇତିହାସ ରଚିଲେ ମିତାଲି ।

ମିତାଲି 71 ବଲରୁ 4 ଚୌକା ସହାୟତାରେ 45 ରନର ଇଂନିସ ଖେଳିଥିଲେ । ଏହାପୂର୍ବରୁ ଶୁକ୍ରବାର ବିଶ୍ବର ଦ୍ବିତୀୟ ଓ ପ୍ରଥମ ଭାରତୀୟ ମହିଳା ଖେଳାଳି ଭାବେ 10,000 ଅନ୍ତର୍ଜାତୀୟ ରନ ସଂଗ୍ରହକାରୀ ଖେଳାଳି ହୋଇଥିଲେ ।

ଦିନିକିଆ ବ୍ୟତୀତ 10 ଟେଷ୍ଟରୁ 51 ହାରରେ ତାଙ୍କ ନାମରେ 663 ରନ ରହିଛି । ଏଥିସହ ମିତାଲିଙ୍କ ସର୍ବଶ୍ରେଷ୍ଠ ସ୍କୋର 214 । ସେହିପରି 89ଟି ଟି20 ମ୍ୟାଚରୁ 37.52 ହାରରେ 2364 ରନ ସଂଗ୍ରହ କରିଛନ୍ତି ।

ଇତିହାସ ରଚିବା ପରେ ଭେଟେରାନ ଭାରତୀୟ କ୍ୟାପଟେନ ମିତାଲି ରାଜଙ୍କୁ ବିସିସିଆଇ ଓ ଆଇସିସି ଟ୍ବିଟ ଯୋଗେଁ ଶୁଭେଚ୍ଛା ଜଣାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.