ETV Bharat / sports

ଅନ୍ତର୍ଜାତୀୟ କ୍ରିକେଟରେ 10 ହଜାର ରନ ପୂରଣ କଲେ ମିତାଲୀ

author img

By

Published : Mar 12, 2021, 5:10 PM IST

ଅନ୍ତର୍ଜାତୀୟ କ୍ରିକେଟରେ 10 ହଜାର ରନ ପୂରଣ କଲେ ମିତାଲୀ ରାଜ। ଏଭଳି କୀର୍ତ୍ତିମାନ ହାସଲ କରିବାରେ ସେ ହେଉଛନ୍ତି ବିଶ୍ବର ଦ୍ବିତୀୟ ଓ ଭାରତର ପ୍ରଥମ ମହିଳା କ୍ରିକେଟର। ଅଧିକ ପଢ଼ନ୍ତୁ...

ଅନ୍ତର୍ଜାତୀୟ କ୍ରିକେଟରେ 10 ହଜାର ରନ ପୂରଣ କଲେ ମିତାଲୀ
ଅନ୍ତର୍ଜାତୀୟ କ୍ରିକେଟରେ 10 ହଜାର ରନ ପୂରଣ କଲେ ମିତାଲୀ

ଲକ୍ଷ୍ନୌ: ଅନ୍ତର୍ଜାତୀୟ କ୍ରିକେଟରେ 10 ହଜାର ରନ ପୂରଣ କଲେ ମିତାଲୀ ରାଜ। ଏଭଳି କୀର୍ତ୍ତିମାନ ହାସଲ କରିବାରେ ସେ ହେଉଛନ୍ତି ବିଶ୍ବର ଦ୍ବିତୀୟ ଓ ଭାରତର ପ୍ରଥମ ମହିଳା କ୍ରିକେଟର। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ଦିନିକିଆ ସିରିଜର ତୃତୀୟ ମ୍ୟାଚରେ ସେ ଏହି ଉପଲବ୍ଧି ହାସଲ କରିଛନ୍ତି। ଭାରତ ପକ୍ଷରୁ ସେ 212ତମ ଦିନିକିଆ ମ୍ୟାଚର ପ୍ରତିନିଧିତ୍ବ କରୁଛନ୍ତି।

ଦକ୍ଷିଣ ଆଫ୍ରିକା ବିରୋଧରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ମିତାଲି 36ରନ ସ୍କୋର କରି ଏହି ଉପଲବ୍ଧି ହାସଲ କରିଛନ୍ତି। ଏହାପୂର୍ବରୁ ଇଂଲଣ୍ଡର ପୂର୍ବତନ କ୍ରିକେଟର ଚାଲାର୍ଟ ଏଡୱାର୍ଡସ ହିଁ ଏହି ରେକର୍ଡର ହାସଲ କରି ପାରିଥିଲେ। ସମସ୍ତ ଅନ୍ତର୍ଜାତୀୟ ଫର୍ମାଟ ମିଶାଇ ସେ ମୋଟ 10 ହଜାର 273 ରନ କରିଛନ୍ତି। 2016 ମସିହାରେ ସେ 41 ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଛନ୍ତି।

ଦକ୍ଷିଣ ଆଫ୍ରିକା ବିରୋଧରେ ତୃତୀୟ ମ୍ୟାଚ ପୂର୍ବରୁ ମିତାଲିଙ୍କ 10 ହଜାର ରନ ପୂରଣ ହେବା ପାଇଁ କେବଳ 35 ରନ ଆବଶ୍ୟକତା ରହିଥିଲେ। ସେ 10ଟି ଟେଷ୍ଟ ମ୍ୟାଚରେ 51 ହାରରେ 663 ରନ କରିଛନ୍ତି। ସେହିଭଳି ଅନ୍ତର୍ଜାତୀୟ ଟି-20ରେ ସେ 89 ମ୍ୟାଚରେ 37.52 ହାରରେ 2 ହଜାର 364 ରନ କରିଛନ୍ତି। ନିଜ କ୍ୟାରିଅରରେ ବର୍ତ୍ତମାନ ସୁଦ୍ଧା 75 ଅର୍ଦ୍ଧ ଶତକ ଓ 8ଟି ଶତକ ହାସଲ କରିଛନ୍ତି ମିତାଲି ରାଜ।

ଭାରତ ପକ୍ଷରୁ ମିତାଲି ଦିନିକିଆ ଓ ଟି-20ରେ ସର୍ବାଧିକ ରନ କରିଛନ୍ତି। ଟେଷ୍ଟରେ ସନ୍ଧ୍ୟା ଅଗ୍ରୱାଲ ସର୍ବାଧିକ 1 ହଜାର 110 ରନ କରିଛନ୍ତି। ସେହିଭଳି ଶାନ୍ତା ରଙ୍ଗାସ୍ବାମୀ 750 ରନ ଓ ଶୁଭାଙ୍ଗୀ କୁଲକର୍ଣ୍ଣୀ 700 ରନ କରି ଚତୁର୍ଥ ସ୍ଥାନରେ ରହିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.