ETV Bharat / sports

ବିଗ ବାସ ଲିଗରେ ଡେବ୍ୟୁ କରିବେ ବେୟାରଷ୍ଟୋ

author img

By

Published : Nov 9, 2020, 9:27 AM IST

ବିଗ ବାସ ଲିଗର ଆଗାମୀ ସଂସ୍କରଣରେ ଖେଳିବେ ଇଂଲଣ୍ଡ ୱିକେଟ କିପର ବ୍ୟାଟ୍ସମ୍ୟାନ ଜନ୍ନି ବେୟାରଷ୍ଟୋ ।

Melbourne Stars sign Jonny Bairstow for upcoming BBL
ବିଗ ବାସ ଲିଗରେ ଡେବ୍ୟୁ କରିବେ ବେୟାରଷ୍ଟୋ

ମେଲବୋର୍ଣ୍ଣ: ବିଗ ବାସ ଲିଗର ଆଗାମୀ ସଂସ୍କରଣରେ ଖେଳିବେ ଇଂଲଣ୍ଡ ୱିକେଟ କିପର ବ୍ୟାଟ୍ସମ୍ୟାନ ଜନ୍ନି ବେୟାରଷ୍ଟୋ । ବେୟାରଷ୍ଟୋଙ୍କୁ ଟିମରେ ସାମିଲ କରିଥିବା ସୋମବାର ଘୋଷଣା କରିଛି ମେଲବୋର୍ଣ୍ଣ ଷ୍ଟାର ।

31 ବର୍ଷୀୟ ବେୟାରଷ୍ଟୋ ବର୍ଷ 2012ରେ ଟେଷ୍ଟ ଡେବ୍ୟୁ କରିବା ପରେ ଇଂଲଣ୍ଡ ପକ୍ଷରୁ ସମସ୍ତ ଫର୍ମାଟରେ ଖେଳୁଛନ୍ତି । ତେବେ ବିବିଏଲରେ ଡେବ୍ୟୁ କରିବାକୁ ଯାଉଛନ୍ତି ଏହି ବିସ୍ଫୋରକ ଇଂଲିସ ବ୍ୟାଟ୍ସମ୍ୟାନ । ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ରେ ବିଲି ଷ୍ଟାନଲେକଙ୍କ ସହ ସନରାଇଜର୍ସ ହାଇଦ୍ରାବାଦ ଟିମରେ ଶେଷ ଥର ଖେଳିଥିଲେ ବେୟାରଷ୍ଟୋ।

Melbourne Stars sign Jonny Bairstow for upcoming BBL
ଜନ୍ନି ବେୟାରଷ୍ଟୋ

"ଗ୍ଳେନ ମାକ୍ସୱେଲ, ମାର୍କସ ଷ୍ଟୋଇନିସ ଓ ଆଡାମ ଜାମ୍ପାଙ୍କ ସହ ମେଲବୋର୍ଣ୍ଣ ପକ୍ଷରୁ ଖେଳିବା ନେଇ ଉତ୍ସାହିତ ରହିଛି । ପୂର୍ବରୁ ବିବିଏଲ ଟୁର୍ଣ୍ଣାମେଣ୍ଟ ଦେଖିଛି, ମାତ୍ର ଏହାର ଅଂଶ ହୋଇପାରିଥିବାରୁ ବହୁତ ଖୁସି ।" ଏକ ଅଫିସିଆଲ ଘୋଷଣାନାମାରେ ଏହା କହିଛନ୍ତି ସେ । ବେୟାରଷ୍ଟୋ ଟିମରେ ସାମିଲ ହେବାପରେ ମେଲବୋର୍ଣ୍ଣ ଷ୍ଟାର ମୁଖ୍ୟ କୋଚ ଡେଭିଡ ହସି ଖୁସି ବ୍ୟକ୍ତ କରିବା ସହ ଟିମ ଅଧିକ ଶକ୍ତିଶାଳୀ ହେବ ବୋଲି କହିଛନ୍ତି ।

ମେଲବୋର୍ଣ୍ଣ ଷ୍ଟାର ସ୍କ୍ବାଡ: ଗ୍ଳେନ ମାକ୍ସୱେଲ(କ୍ୟାପଟେନ), ଜନ୍ନି ବେୟାରଷ୍ଟୋ, ହିଲଟନ କାର୍ଟରାଇଟ, ନାଥନ କୁଲଟର-ନାଇଲ, ବେନ ଡଙ୍କ, ସେବ ଗୋଚ, କ୍ଲିଣ୍ଟ ହିଞ୍ଚଲିଫ, ନିକ ମେଡିନସନ, ଲାନ୍ସ ମୋରିସ, ଟମ ଓ' କନେଲ, ୱିଲ ପୁକୋଭସ୍କି, ବିଲି ଷ୍ଟେନଲେକ, ମାର୍କସ ଷ୍ଟୋଇନିସ, ଆଡାମ ଜାମ୍ପା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.