ETV Bharat / sports

ଇଂଲଣ୍ଡ ବନାମ ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ: 19 ରନରେ ଅଷ୍ଟ୍ରେଲିଆ ବିଜୟୀ - Australia vs England 1st ODI

ଇଂଲଣ୍ଡ ବନାମ ଅଷ୍ଟ୍ରେଲିଆ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ 19 ରନରେ ଜିତିଲା ଅଷ୍ଟ୍ରେଲିଆ । 19 ରନରେ ଘରୋଇ ଦଳକୁ ଦେଲା ମାତ । ଅଧିକ ପଢ଼ନ୍ତୁ...

Australia vs England 1st ODI, ଇଂଲଣ୍ଡ ବନାମ ଅଷ୍ଟ୍ରେଲିଆ ଦିନିକିଆ ସିରିଜ
ଇଂଲଣ୍ଡ ବନାମ ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ: 19 ରନରେ ଅଷ୍ଟ୍ରେଲିଆ ବିଜୟୀ
author img

By

Published : Sep 12, 2020, 10:35 AM IST

ମଞ୍ଚେଷ୍ଟର: ଇଂଲଣ୍ଡ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦିନିକିଆ ସିରିର ପ୍ରଥମ ମ୍ୟାଚକୁ ଜିତି ନେଇଛି ଅଷ୍ଟ୍ରେଲିଆ । ମଞ୍ଚେଷ୍ଟର ଓଲ୍ଡ ଟ୍ରାଫଡରେ ଖେଳାଯାଇଥିବା ଏହି ମାଚକୁ ଅଷ୍ଟ୍ରେଲିଆ 19 ରନରେ ଜିତିଛି ।

Australia vs England 1st ODI, ଇଂଲଣ୍ଡ ବନାମ ଅଷ୍ଟ୍ରେଲିଆ ଦିନିକିଆ ସିରିଜ
ପ୍ଲେୟର ଅଫ ଦ ମ୍ୟାଚ

295 ରନ ଲକ୍ଷ୍ୟକୁ ପିଛା କରି ପଡ଼ିଆକୁ ଓହ୍ଲାଇଥିବା ଆୟୋଜକ ଇଂଲଣ୍ଡ ଦଳର ଆରମ୍ଭ ଭଲ ନଥିଲା । 4 ଓଭରରେ ଇଂଲଣ୍ଡ ନିଜର ପ୍ରଥମ ୱିକେଟ ହରାଇଥିଲା । ଏହା ପରେ ପରେ ଇଅନ ମର୍ଗାନଙ୍କ ଦଳକୁ ଜୋ ରୁଟଙ୍କ ଭାବରେ ଆଉ ଏକ ଝଟକା ଲାଗିଥିଲା । ଅଷ୍ଟ୍ରେଲିଆ ବୋଲର ଜସ ହେଜେଲଉଡ ରୁଟଙ୍କୁ ପଭିଲିୟନ ପଠାଇ ଦେଇଥିଲେ ।

Australia vs England 1st ODI, ଇଂଲଣ୍ଡ ବନାମ ଅଷ୍ଟ୍ରେଲିଆ ଦିନିକିଆ ସିରିଜ
ଇଂଲଣ୍ଡ ବନାମ ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ: 19 ରନରେ ଅଷ୍ଟ୍ରେଲିଆ ବିଜୟୀ

ଅଧିନାୟକ ମର୍ଗାନଙ୍କ ସହ ଜନି ବୈରଷ୍ଟ୍ରୋ ଇଂଲଣ୍ଡର ନୌକା ପାରି କରାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ ଓ ଆଡାମ ଜାମ୍ପାଙ୍କ ହାତରେ ନିଜ ୱିକେଟ ହରାଇ ବସିଲେ । ଟି-20 ସିରିଜରେ ମ୍ୟାନ ଅଫ ଦ ସିରିଜ ହୋଇଥିବା ଜସ ବଟଲର ମଧ୍ୟ ଜାମ୍ପାଙ୍କ ବଲର ଶିକାର ହୋଇଥିଲେ ।

ସାମ ବିଲିଙ୍ଗ୍ସ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇବା ପରେ ଇଂଲଣ୍ଡର ସ୍ଥିତିରେ କିଛିଟା ସୁଧାର ଆସିଥିଲା । ବିଲିଙ୍ଗ୍ସ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ଶତକ ହାସଲ କରିଥିଲେ । ବୈରଷ୍ଟ୍ରୋ ସହ ମିଶି ଉଭୟ 36 ଓଭରରେ ଟିମର ସ୍କୋରକୁ 170 ରନରେ ପହଁଞ୍ଚାଇଥିଲେ । ଇଂଲଣ୍ଡ ଯେତେବେଳେ ସୁରକ୍ଷିତ ସ୍ଥିତିରେ ଅଛୁ ବୋଲି ଅନୁଭବ କଲା ଠିକ ସେତିକି ବେଳେ ହେଜଲଉଡ ଡାଇଭ କରି ଇଂଲଣ୍ଡ ଟିମର ପାଳି ସମ୍ଭାଳୁଥିବା ଖେଳାଳି ବୈରଷ୍ଟ୍ରୋଙ୍କ ବିଚକ୍ଷଣ କ୍ୟାଚ ନେଇଥିଲେ ଓ ନିଜ ଦଳ ପାଇଁ ବିଜୟ ପକ୍କା କରି ଦେଇଥିଲେ ।

ଇଂଲଣ୍ଡ ପାଖରେ ତଥାପି ମଧ୍ୟ ବ୍ୟାଟିଂ ଲାଇନଅପରେ ତିନି ଜଣ ଭଲ ବ୍ୟାଟ୍ସମ୍ୟାନ ଥିଲେ କିନ୍ତୁ ମୋଇନ ଅଲି କିମ୍ବା କ୍ରିଶ ୱୋକ୍ସ କେହି ମଧ୍ୟ ଇଂଲଣ୍ଡକୁ ବିଜୟ ସୀମାରେଖା ପାର କରାଇ ପାରିନଥିଲେ । ଶେଷରେ 19 ରନରେ ପରାଜିତ ହେଲା ଇଂଲଣ୍ଡ ।

ଅଷ୍ଟ୍ରେଲିଆର ବିଜୟରେ 4ଟି ଗୁରୁତ୍ବପୂର୍ଣ୍ଣ ୱିକେଟ ନେଇ ମୁଖ୍ୟ ଭୂମିକା ନିଭାଇଥିଲେ ଜାମ୍ପା । ଜସ ମଧ୍ୟ 3ଟି ୱିକେଟ ନେଇଥିଲେ । ମିଚେଲ ମାର୍ଶ ଓ ପ୍ୟାଟ କୁମିନ୍ସ ଗୋଟିଏ ଲେଖାଏଁ ୱିକେଟ ହାତେଇଥିଲେ ।

ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଦଳ ମଧ୍ୟ ଆରମ୍ଭରୁ ଝୁଣ୍ଟିଥିଲା ଓ 24 ଓଭରରେ 5 ୱିକେଟ ହରାଇ 123 ରନ କରି ପାରିଥିଲା । କିନ୍ତୁ ଗ୍ଲେନ ମ୍ୟାକ୍ସୱେଲ (59 ବଲରୁ 77 ରନ) ଓ ମିଚେଲ ମାର୍ଶ (73 ରନ) ଙ୍କ 126ର ଭାଗିଦାରି ବଳରେ ଟିମର ସ୍କୋର 294-9କୁ ପହଁଞ୍ଚିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.