ଦୁବାଇ: ପ୍ରକାଶ ପାଇଛି ଆଇସିସି ଟେଷ୍ଟ ମାନ୍ୟତା । ସଦ୍ୟ ପ୍ରକାଶିତ ମାନ୍ୟତାରେ ପାକିସ୍ତାନ ବ୍ୟାଟ୍ସମ୍ୟାନ ସାନ ମାସୁଦ ଓ ଇଂଲଣ୍ଡ ଅଲରାଉଣ୍ଡର କ୍ରିସ ୱର୍କ୍ସଙ୍କ ଶୀର୍ଷ ସ୍ଥାନ ଆଡକୁ ଲମ୍ଫ ପ୍ରଦାନ କରିଛନ୍ତି । ଏଥିସହିତ କ୍ୟାରିୟର ଶ୍ରେଷ୍ଟ ସ୍ଥାନରେ ପହଞ୍ଚିଛନ୍ତି ।
ବାମହାତୀ ବ୍ୟାଟ୍ସମ୍ୟାନ ସାନ ମାସୁଦ ମାଞ୍ଚେଷ୍ଟର ଟେଷ୍ଟର ପ୍ରଥମ ଇଂନିସରେ 156 ରନର ଇଂନିସ ଖେଳିଥିଲେ । ଫଳରେ ପାକିସ୍ତାନକୁ ପ୍ରଥମ ଇଂନିସରେ 107 ରନର ଅଗ୍ରଣୀ ମିଳିଥିଲା । ଏହି ପ୍ରଦର୍ଶନ ପାଇଁ ମାସୁଦ 14 ଟି ସ୍ଥାନ ଉପରକୁ ଉଠି 19ତମ ସ୍ଥାନରେ ପହଞ୍ଚିଛନ୍ତି । ବାବାର ଆଜମଙ୍କ ପରେ ମାସୁଦ ମାନ୍ୟତାର ଦ୍ବିତୀୟ ସର୍ବାଧିକ ଟେଷ୍ଟ ବ୍ୟାଟ୍ସମ୍ୟାନ ହୋଇଛନ୍ତି ।
ଅନ୍ୟପଟେ ଇଂଲଣ୍ଡ ଅଲରାଉଣ୍ଡର କ୍ରିସ ୱର୍କ୍ସ ବ୍ୟାଟ୍ସମ୍ୟାନ ଭାବେ ମାନ୍ୟତାରେ 18 ଟି ସ୍ଥାନ ଉପରକୁ ଉଠି 78ତମ ସ୍ଥାନରେ ପହଞ୍ଚିଛନ୍ତି । ଏଥିସହିତ ଅଲରାଉଣ୍ଡର ତାଲିକାର 7ମ ସ୍ଥାନରେ ରହିଛନ୍ତି । ୱିକେଟ କିପର ବ୍ୟାଟ୍ସମ୍ୟାନ ଜସ ବଟଲରଙ୍କ ସହ ମିଶି ମ୍ୟାଚ ବିଜୟୀ 139 ରନର ପାର୍ଟନରସିପ କରିଥିଲେ ୱର୍କ୍ସ । ଏଥିସହିତ ଅପରାଜିତ 84 ରନର ଇଂନିସ ଖେଳି ଇଂଲଣ୍ଡକୁ ବିଜୟୀ କରାଇଥିଲେ । ପ୍ରଭାବି ପ୍ରଦର୍ଶନ ପାଇଁ ୱର୍କ୍ସ ପ୍ଲେଆର ଅଫ ଦ ମ୍ୟାଚ ମଧ୍ୟ ହୋଇଥିଲେ ।
ବଟଲର ମଧ୍ୟ 44ତମ ସ୍ଥାନରୁ 30 ତମ ସ୍ଥାନକୁ ଲମ୍ଫ ପ୍ରଦାନ କରିଛନ୍ତି । ମ୍ୟାଚର ଉଭୟ ଇଂନିସରେ ସେ ଯଥାକ୍ରମେ 38 ଓ 75 ରନର ଉପଯୋଗୀ ଇଂନିସ ଖେଳିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ