ETV Bharat / sports

ପୂର୍ବତନ ବାଂଲାଦେଶ କ୍ୟାପଟେନ ମଶରଫେ ମୋର୍ତାଜା କୋରୋନା ପଜିଟିଭ - ମଶରଫେ ମୋର୍ତାଜା କୋରୋନା ପଜିଟିଭ

ବାଂଲାଦେଶ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ମଶରଫେ ମୋର୍ତାଜା କୋରୋନା ସଂକ୍ରମଣର ଶିକାର ହୋଇଛନ୍ତି ।

Mashrafe Mortaza tests positive for COVID-19
ପୂର୍ବତନ ବାଂଲାଦେଶ କ୍ୟାପଟେନ ମଶରଫେ ମୋର୍ତାଜା କୋରୋନା ପଜିଟିଭ
author img

By

Published : Jun 21, 2020, 12:47 PM IST

ଢାକା: ବାଂଲାଦେଶ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ମଶରଫେ ମୋର୍ତାଜା କୋରୋନା ସଂକ୍ରମଣର ଶିକାର ହୋଇଛନ୍ତି । ମୋତାର୍ଜାଙ୍କ କୋଭିଡ-19 ଟେଷ୍ଟ ରିପୋର୍ଟ ପଜିଟିଭ ଥିବା ଏକ ବାଂଲାଦେଶ ଖବରକାଗଜ ସ୍ପଷ୍ଟ କରିଛି ।

Mashrafe Mortaza tests positive for COVID-19
ମଶରଫେ ମୋର୍ତାଜା

ଗୁରୁବାର ରାତିରେ ମଶରଫେ ଜ୍ବର ଅନୁଭବ କରିଥିଲେ । ଏହାପରେ ଶୁକ୍ରବାର କୋଭିଡ-19 ଟେଷ୍ଟ ପାଇଁ ତାଙ୍କର ନମୁନା ସଂଗ୍ରହ କରାଯାଇଥିଲା । ପରେ ରିପୋର୍ଟ ପଜିଥିବା ଥିବା ଜଣାପଡିଥିଲା । ତେବେ ମୋର୍ତାଜାଙ୍କ ସ୍ବାସ୍ଥ୍ୟବସ୍ଥା ଠିକ ଥିବା ସହ ଚିକିତ୍ସା ଆରମ୍ଭ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି ।

ଚଳିତ ବର୍ଷ ଫେବୃଆରୀରେ ଜିମ୍ବାୱେ ବିପକ୍ଷ ଘରୋଇ ସିରିଜରେ ବାଂଲାଦେଶର କ୍ୟାପେଟନ ପଦ ଛାଡିଥିଲେ ମୋର୍ତାଜା । ଅବସର ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ, ମୋର୍ତାଜା କୌଣସି ଆନୁଷ୍ଠାନିକ ଘୋଷଣା କରିନାହାନ୍ତି । 2019 କ୍ରିକେଟ ବିଶ୍ବକପରେ ବାଂଲାଦେଶ ପ୍ରଭାବି ପ୍ରଦର୍ଶନ କରିଥିଲା । ବାଂଲାଦେଶର ନେତୃତ୍ବ ନେଇଥିଲେ ମୋର୍ତାଜା ।

ନାଫିସ ଇକବାଲ

ବାଂଲାଦେଶ ପକ୍ଷରୁ 220ଟି ଦିନିକିଆ ମ୍ୟାଚ ଖେଳିଛନ୍ତି ମୋର୍ତାଜା । ସେଥିମଧ୍ୟରୁ 270 ଅନ୍ତର୍ଜାତୀୟ ୱିକେଟ ଅକ୍ତିଆର କରିଛନ୍ତି । ସେହିପରି ଖେଳିଥିବା 36ଟି ଟେଷ୍ଟରୁ 78 ୱିକେଟ ତାଙ୍କ ନାମରେ ରହିଛି । ଫଟାଫଟ କ୍ରିକେଟରେ 54 ଟି-20 ମ୍ୟାଚରେୁ 42 ୱିକେଟ ଅକ୍ତିଆର କରିଛନ୍ତି ।

ପୂର୍ବରୁ ଦିନିକିଆ କ୍ୟାପଟେନ ତାମିମ ଇକବାଲଙ୍କ ଭାଇ ନାଫିସ ଇକବାଲ ମଧ୍ୟ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । 2003ରେ ବାଂଲାଦେଶ ପକ୍ଷରୁ ଡେବ୍ୟୁ କରିଥିଲେ । ସେ 11ଟି ଟେଷ୍ଟ ଓ 16ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ରିପୋର୍ଟ ପଜିଟିଭ ପରେ, ଟିଟାଗାଙ୍ଗ ସ୍ଥିତ ଘରେ ହୋମ ଆଇସୋଲେସନରେ ସେ ରହିଛନ୍ତି ।

  • Pray for our brother...May Allah gives him sifah 🤲🤲🤲🤲 He is being tested positive 😥😥😥😥 pic.twitter.com/82nOGHJVNa

    — Mushfiqur Rahim (@mushfiqur15) June 20, 2020 " class="align-text-top noRightClick twitterSection" data=" ">

ବାଂଲାଦେଶରେ ଶନିବାର ପର୍ଯ୍ୟନ୍ତ ମହାମାରୀ କୋରୋନା ଭାଇରସରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 108,775 ରହିଛି । ସେଥିମଧ୍ୟରୁ 1,425 ଜଣଙ୍କର ମୃତ୍ୟୁ ହୋଇସାରିଛି । ତେବେ 43,993ଜଣ ଏହି ଭାଇରସ କବଳରୁ ସୁସ୍ଥ ମଧ୍ୟ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.