ETV Bharat / sports

କ୍ୟାପଟେନ ଭାବେ ଉହାହରଣ ସାଜିଲେ 'ପାଣ୍ଡେ ଜି'

author img

By

Published : Dec 3, 2019, 8:38 PM IST

Updated : Dec 3, 2019, 8:50 PM IST

କର୍ଣ୍ଣାଟକ କ୍ୟାପଟେନ ମନିଷ ପାଣ୍ଡେଙ୍କ ପ୍ରଶଂସାରେ ଶତମୁଖ ସାଥି ଖେଳାଳି। କ୍ୟାପଟେନ ଭାବେ ମନିଷ ଉଦାହରଣ ସାଜିଛନ୍ତି କହିଛନ୍ତି କର୍ଣ୍ଣାଟକ କ୍ରିକେଟର।

ମନିଷ ପାଣ୍ଡେ
ମନିଷ ପାଣ୍ଡେ

ବେଙ୍ଗାଲୁରୁ: କର୍ଣ୍ଣାଟକ କ୍ୟାପଟେନ ମନିଷ ପାଣ୍ଡେଙ୍କ ପ୍ରଶଂସାରେ ଶତମୁଖ ସାଥି ଖେଳାଳି। କ୍ୟାପଟେନ ଭାବେ ମନିଷ ଉଦାହରଣ ସାଜିଛନ୍ତି କହିଛନ୍ତି କର୍ଣ୍ଣାଟକ କ୍ରିକେଟର । ସେପଟେ ବିବାହ ପାଇଁ ଘର ଲୋକେ ପ୍ରସ୍ତୁତି ସାରିଥିଲେ କେବଳ ବରକୁ ଥିଲା ଅପେକ୍ଷା । ମନିଷ କିନ୍ତୁ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଫାଇନାଲରେ ନିଜ ଟିମ କର୍ଣ୍ଣାଟକକୁ ଜିତାଇବାରେ ଲାଗିଥିଲେ । 45 ବଲରେ 60 ରନର ଧୁଆଁଧାର ଇଂନିସ ଖେଳି ଦଳ ବିଜୟର ଅଧାକାମ ଏକାକି ସାରିଦେଇଥିଲେ । ଶେଷ 3 ରନ ଆବଶ୍ୟକ ଥିବାବେଳେ ତାମିଲନାଡୁ ମାତ୍ର 1 ରନ କରିବାକୁ ସକ୍ଷମ ହୋଇଥିଲା । ଫଳରେ 1 ରନରେ 4ର୍ଥ ଥର ପାଇଁ କର୍ଣ୍ଣାଟକ ଚମ୍ପିଆନ ହୋଇଥିଲା । ଟିମ ବିଜୟ ପରେ ସୁରତରୁ ମୁମ୍ବାଇ ଅଭିମୁଖେ ବାହାରିଥିଲେ ମନିଷ ।

Manish pandey leading
କର୍ଣ୍ଣାଟକ କ୍ରିକେଟର

ମନିଷଙ୍କ ନିଷ୍ଠାକୁ କର୍ଣ୍ଣାଟକର ଅନ୍ୟଖେଳାଳି ସମ୍ମାନ ଜଣାଇଛନ୍ତି । ଅନ୍ୟତମ ଷ୍ଟାର କର୍ଣ୍ଣାଟକ କ୍ରିକେଟର କେ ଗୌତମ କହିଛନ୍ତି ମନିଷ ଆମ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ଏହାକୁ ଭୁଲିବୁ ନାହିଁ । ତେବେ 2ଟି ଟ୍ରଫି ଜିତି କର୍ଣ୍ଣାଟକ ସନ୍ତୁଷ୍ଟ ହେବ ନାହିଁ, ଆଗକୁ ଆହୁରି ଦମଦାର କ୍ରିକେଟ ଖେଳିବ କହିଛନ୍ତି ମୟଙ୍କ ଅଗ୍ରୱାଲ ।

Intro:Body:

BLANK FOR LINK 

Conclusion:
Last Updated : Dec 3, 2019, 8:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.