ETV Bharat / sports

ଫଟାଫଟ କ୍ରିକେଟ: ଏହି ମହିଳା ଦଳ ଭାଙ୍ଗିଲା ସବୁ ରେକର୍ଡ - T20

ଅନ୍ତର୍ଜାତୀୟ ଟି-20 କ୍ରିକେଟରେ ଏହି ରେକର୍ଡ କରିଛି ଉଗାଣ୍ଡା ମହିଳା ଟିମ୍ । ଉଗାଣ୍ଡା 20 ଓଭରରେ 2 ୱିକେଟ୍ ହରାଇ 314 ରନ୍ କରିଛି । ତେବେ ଉଭୟ ମହିଳା ଓ ପୁରୁଷ ଟି-20 କ୍ରିକେଟରେ ଏହା ସର୍ବୋଚ୍ଚ ସ୍କୋର ।

ଡିଜାଇନ ଫଟୋ
author img

By

Published : Jun 21, 2019, 4:56 PM IST

ନୂଆଦିଲ୍ଲୀ: କ୍ରିକେଟର ସବୁଠାରୁ ଛୋଡ ଫର୍ମାଟ ଟି-20 କ୍ରିକେଟରେ ହୁଏ ରନର ବର୍ଷା । ମାତ୍ର ଏଥର ଏମିତି ରନ ବର୍ଷା ହୋଇଛି, ଯାହା କେବେ କିଏ ସ୍ପପ୍ନରେ ଭାବି ନଥିବେ । ଆଉ ଏହି ରେକର୍ଡ କେଉଁ ପୁରୁଷ ଦଳ ନୁହେଁ । ଏହି ରେକର୍ଡ କରିଛି ମହିଳା ଦଳ । ଅନ୍ତର୍ଜାତୀୟ ଟି-20 କ୍ରିକେଟରେ ଏହି ରେକର୍ଡ କରିଛି ଉଗାଣ୍ଡା ମହିଳା ଟିମ୍ । ଉଗାଣ୍ଡା 20 ଓଭରରେ 2 ୱିକେଟ୍ ହରାଇ 314 ରନ୍ କରିଛି । ମାଲି ମହିଳା ଟିମ୍ ବିପକ୍ଷରେ ଉଗାଣ୍ଡା ଏହି କାରନାମା କରିଛି । ତେବେ ଉଭୟ ମହିଳା ଓ ପୁରୁଷ ଟି-20 କ୍ରିକେଟରେ ଏହା ସର୍ବୋଚ୍ଚ ସ୍କୋର ।

ଗୁରୁବାର କ୍ୱିବୁକା ମହିଳା ଟି-20 ଟୁର୍ଣ୍ଣାମେଣ୍ଟରେ ଉଗାଣ୍ଡା ଓ ମାଲି ମୁହାଁମୁହିଁ ହୋଇଥିଲେ । ଉଗାଣ୍ଡା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଟିମର ଦୁଇ ଓପରନ ପ୍ରସ୍କୋଭିଆ ଆଲାକୋ ଓ ଇମ୍ମାକୁଲେଟ୍ ନାକିସୁୟି ପ୍ରଥମ ୱିକେଟ୍ ଯୋଡିରେ ପାଇଁ 5.4ଓଭରରେ 82 ରନ୍ ଯୋଡ଼ିଥିଲେ । ଏହା ପରେ ଉଗାଣ୍ଡା ଟିମର କ୍ୟାପଟେନ୍ ରିତା ମୁସାମାଲି ଓପ୍ନର ଆଲାକୋଙ୍କ ସହ ମିଶି ଦ୍ୱିତୀୟ ୱିକେଟ୍ ପାଇଁ 207 ରନର ଦ୍ୱିଶତକୀୟ ଭାଗୀଦାରୀ କରିଥିଲେ । ଆଲାକୋ 71ବଲରେ 15ଟି ଚୌକା ସହ 116ର ଶତକୀୟ ପାଳି ଖେଳିଥିଲେ । ସେହିପରି ଅଧିନାୟିକା ରିତା 61ବଲରୁ 15 ଚୌକା ସହ 103ରନର ଶକତୀୟ ପାଳି ଖେଳିଥିଲେ । ତେବେ ଟି-20 କ୍ରିକେଟର ଗୋଟିଏ ଇଂନିସରେ ଦୁଇଟି ଶତକ ହେବା ମଧ୍ୟ ଏକ ରେକର୍ଡ ସୃଷ୍ଟି କରିଛି ।

ମାତ୍ର ସବୁଠାରୁ ମଜାଦାର କଥା ହେଲା ବିପକ୍ଷ ମାଲି ଦଳ 10ରନରେ ଅଲାଆଉଟ ହୋଇଯାଇଛି । ନିକଟରେ ମାଲି ଦଳ 6ରନରେ ଅଲଆଉଟ ହୋଇ ଲଜ୍ୟାଜନକ ରେକର୍ଡ କରିଥିଲା ।

Intro:Body:

blank 

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.