ETV Bharat / sports

କୋହିଲଙ୍କୁ ଆଉଟ କରିବାର ଉପାୟ କହୁଛନ୍ତି ଶୋଏବ ଅଖତର

author img

By

Published : Apr 16, 2020, 5:12 PM IST

ଇନଷ୍ଟାଗ୍ରାମ ଲାଇଭ ଭିଡିଓରେ ଅଖତର ପ୍ରକାଶ କରିଛନ୍ତି ଯେ, ଯଦି ସେ କୋହଲିଙ୍କୁ ବୋଲିଂ କରିନ୍ତି ତେବେ ସେ କୋହଲିଙ୍କୁ ଶୀଘ୍ର ପାଭିଲିଅନ ପଠାଇ ପାରିବେ ।

make-him-drive-akhtars-plan-to-dismiss-kohli
କୋହିଲଙ୍କୁ ଆଉଟ କରିବାର ଉପାୟ କହୁଛନ୍ତି ଶୋଏବ ଅଖତର

ଲାହୋର: ରନମେସିନ୍ ବିରାଟ କୋହଲିଙ୍କୁ ଆଉଟ କରିବାକୁ ବିଶ୍ବର ସମସ୍ତ ବୋଲର ସଂଘର୍ଷ କରୁଥିବା ବେଳେ ପାକିସ୍ତାନର ପୂର୍ବତନ ସ୍ପିଡଷ୍ଟାର ଶୋଏବ ଅଖତର ବିଶ୍ବାସ କରନ୍ତି ଯେ ଭାରତ ଅଧିନାୟକଙ୍କୁ ଶୀଘ୍ର ଆଉଟ କରିପାରିବେ । ତାଙ୍କ ପଖାରେ କୋହଲିଙ୍କୁ ଆଉଟ କରିବାର ଅସ୍ତ୍ର ରହିଛି ବୋଲି ସେ କହିଛନ୍ତି ।

ଇନଷ୍ଟାଗ୍ରାମ ଲାଇଭ ଭିଡିଓରେ ଅଖତର ପ୍ରକାଶ କରିଛନ୍ତି ଯେ, ଯଦି ସେ କୋହଲିଙ୍କୁ ବୋଲିଂ କରିନ୍ତି । ତେବେ ସେ କୋହଲିଙ୍କୁ ଶୀଘ୍ର ପାଭିଲିଅନ ପଠାଇ ପାରିବେ । ରାୱଲପିଣ୍ଡି ଏକ୍ସପ୍ରେସ କହିଛନ୍ତି, "ଯଦି ମୁଁ ବୋଲିଂ କରେ, ତେବେ ମୁଁ ତାଙ୍କୁ ୟର୍କର ବଲ ପକାଇବି ଓ ତାଙ୍କୁ ଡ୍ରାଇଭ ସର୍ଟ ଖେଳିବରୁ ଦୂରେଇ ରଖିବି । ଯଦି ଏହା କାମ ନ କଲା । ମୁଁ 150 କିମି ବେଗରେ ତାଙ୍କୁ ବଲ ପକାଇବି ଓ ତାଙ୍କୁ ଆଉଟ କରିଦେବି ।" ଅଖତର ନିକଟ ଅତୀତରେ କହିଥିଲେ ଯେ ଭାରତ ଏବଂ ପାକିସ୍ତାନ ଏକାଠି ହେବା ଉଚିତ । ପାଣ୍ଠି ସଂଗ୍ରହ ତଥା କୋରୋନା ଭାଇରସ ରୋଗର ମୁକାବିଲା ପାଇଁ ଏକ ସିରିଜ୍ ଖେଳିବା ଉଚିତ୍ ।

ଯାହାର ଉତ୍ତରରେ ଭାରତର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ଅଖତରଙ୍କୁ କଟାକ୍ଷ କରିଥିଲେ । ଗାଭାସ୍କର କହିଥିଲେ, ଲାହୋରରେ ତୁଷାରପାତର ହେବାର ସମ୍ଭାବନା ଯାହା । ବର୍ତ୍ତମାନ ପରିସ୍ଥିତିରେ ଭାରତ-ପାକିସ୍ତାନ ସିରିଜ ଖେଳାଳିଯିବା କଥା ଚିନ୍ତା କରିବା ତାହା । ଆଉ ଯାହାର ଉତ୍ତରରେ ଅଖତର କହିଛନ୍ତି ଯେ ଗତ ବର୍ଷ ଲାହୋରରେ ତୁଷାରପାତ ହୋଇଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.