ରାଞ୍ଚି: ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନିଙ୍କ ଶନିବାର 10ମ ବିବାହ ବାର୍ଷିକୀ । ଜୀବନସାଥୀ ଭାବେ ଧୋନିଙ୍କୁ ପତ୍ନୀ ସାକ୍ଷୀ ସିଂହ ଧୋନି ସବୁ ସମୟରେ ସାଥ ଦେଇ ଆସିଛନ୍ତି ।
ସାକ୍ଷୀଙ୍କୁ ଜୀବନସାଥୀ ବାଛିଥିଲେ ମାହି
ମହେନ୍ଦ୍ର ସିଂହ ଧୋନି ଯେବେ, ସଫଳତାର ଶିଖରରେ ଥିଲେ, ସେବେ ଜୀବନସାଥୀ ଭାବେ ସାକ୍ଷୀ ରାୱତଙ୍କୁ ଚୟନ କରିଥିଲେ । ଧୋନିଙ୍କ ଠାରୁ ବୟସରେ 7ବର୍ଷ ସାନ ହେଉଛନ୍ତି ସାକ୍ଷୀ । 19 ନଭେମ୍ବର 1988ରେ ଗୌହାଟୀରେ ସାକ୍ଷୀ ଜନ୍ମ ହୋଇଥିଲେ । ସାକ୍ଷୀଙ୍କ ପିତା ଆରକେ ସିଂହ ଧୋନିଙ୍କ ପିତା ମେକୋନ ଲିମିଟେଡ କମ୍ପାନିରେ ଚାକିରୀ କରୁଥିଲେ । ଚର୍ଚ୍ଚା ମୁତାବକ ପୂର୍ବରୁ ଉଭୟ ଉଭୟଙ୍କ ଘରକୁ ଯିବାଆସିବା କରୁଥିଲେ । ସେଥିପାଇଁ ଧୋନି ଓ ସାକ୍ଷୀ ପରସ୍ପରକୁ ଭଲଭାବେ ଜାଣିଥିଲେ । ମହେନ୍ଦ୍ର ସିଂହ ଧୋନି ଓ ସାକ୍ଷୀ ରାୱତ 4 ଜୁଲାଇ 2010ରେ ଏକାନ୍ତରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଉଭୟଙ୍କର ଏକ 5ବର୍ଷର ଝିଅ ଜିଭା ରହିଛନ୍ତି ।
ସାକ୍ଷୀ ଯେବେ ଧୋନିଙ୍କ ପ୍ରେମରେ ପଡିଥିଲେ, ସେବେ ହୋଟେଲ ମ୍ୟାନେଜମେଣ୍ଟ ପଢୁଥିଲେ । ଧୋନିଙ୍କ ଜୀବନକାହାଣୀ ଉପରେ ଆଧାରିତ କାହାଣୀରେ ଦର୍ଶାଯାଇଛି, ଯେ କୋଲକାତାର ଏକ ହୋଟେଲରେ ଉଭୟଙ୍କର ଭେଟ ହୁଏ । ମାତ୍ର ଫିଲ୍ମକୁ ଆକର୍ଷଣୀୟ କରିବାକୁ ଏହି ସିନ୍ କୁ ତିଆରି କରାଯାଇଥିଲା ।
ଧୋନି ଓ ସାକ୍ଷୀଙ୍କୁ କୋଚଙ୍କ ଶୁଭେଚ୍ଛା
ବର୍ଷ 1996ରୁ 2004 ପର୍ଯ୍ୟନ୍ତ ଚଞ୍ଚଳ ଭଟ୍ଟାଚାର୍ଯ୍ୟ ଧୋନିଙ୍କ କୋଚ ରହିଛନ୍ତି । ବିବାହ ବାର୍ଷିକୀର ଅବସରରେ ଉଭୟ ପତିପତ୍ନୀଙ୍କୁ ପିଲାଦିନର କୋଚ ଶୁଭେଚ୍ଛା ଜଣାଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ