ETV Bharat / sports

‘ବିଶ୍ବକପରେ ଭାରତଠୁ ହାରିବା, କିଛି ନୂଆ କଥା ନୁହେଁ’

ଭାରତ ଠାରୁ ମ୍ୟାଚ ହାରିବା ନୂଆ କଥା ନୁହେଁ ବୋଲି କହିଛନ୍ତି ପାକିସ୍ତାନ ଅଧିନାୟକ ସର୍ଫରାଜ ଅହମ୍ମଦ । ପ୍ରଥମ ଥର ଭାରତ ଠାରୁ ହାରି ନାହୁଁ କହିଲେ ସର୍ଫରାଜ ।

author img

By

Published : Jun 22, 2019, 11:14 PM IST

ଲଣ୍ଡନ: ଭାରତ ଠାରୁ ମ୍ୟାଚ ହାରିବା ପାକିସ୍ତାନ ଅଧିନାୟକଙ୍କ ଉପରେ ଅଧିକ ପ୍ରଭାବ ପକାଇଥିବା ଭଳି ଜଣା ପଡୁନାହିଁ । ନିଜର ଚିର ପ୍ରତିଦ୍ୱନ୍ଦ୍ବୀ ଭାରତ ଠାରୁ ହାରିବା ପରେ ମଧ୍ୟ ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ କମବ୍ୟାକ କରିବା ନେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ସର୍ଫରାଜ ।

5 ଟି ମ୍ୟାଚରୁ କେବଳ ଗୋଟିଏ ମ୍ୟାଚରେ ବିଜୟ ହାସଲ କରିଛି ପାକିସ୍ତାନ । କିନ୍ତୁ ପାକ ଉପରେ ସବୁଠାରୁ ବଡ ପ୍ରଭାବ ପାକାଇଥିଲା ମାଞ୍ଚେଷ୍ଟର ଠାରେ ଭାରତ ଠାରୁ ପରାଜୟ । ତେବେ ଏହି ହାର ପରେ ସର୍ଫରାଜ କହିଛନ୍ତି ଏହା ତ ପ୍ରଥମ ଥର ନୁହେଁ ଯେବେ ଆମେ ବିଶ୍ବକପରେ ଭାରତ ଠାରୁ ହାରିଛୁ । ତେଣୁ ଏହା କିଛି ନୂଆ କଥା ନୁହେଁ, ଚଳିବ । ‘ଭାରତ ମ୍ୟାଚ ପରେ ସବୁକିଛି ଠିକ ଅଛି’ ବୋଲି କହିଛନ୍ତି ସର୍ଫରାଜ ।

ସର୍ଫରାଜ ଆହୁରି ମଧ୍ୟ କହିଛନ୍ତି, ଭାରତ ବିପକ୍ଷରେ ବିଶ୍ବକପ ମ୍ୟାଚ ହାରିଲେ ପାକିସ୍ତାନ ଅଧିନାୟକ ଭାବେ ସବୁବେଳେ ଚାପ ରହିଥାଏ । ଲୋକେ ଭାବୁଛନ୍ତି ଆମେ ହାରିଛୁ କିନ୍ତୁ ଆମେ ତ ପ୍ରଥମ ଥର ଭାରତ ଠାରୁ ବିଶ୍ବକପ ମ୍ୟାଚ ହାରିନୁ, ତେଣୁ ଚଳିବ । ଆମେ ସମସ୍ତେ ଠକ ଅଛୁ ଓ କମବ୍ୟାକ କରିବାକୁ ଚେଷ୍ଟା କରୁଛୁ । ଆଶା କରୁଛି ଆମେ ପୁଣି ଥରେ ଗେମକୁ ଫେରିବୁ ।

ଭାରତ ବିପକ୍ଷ ମ୍ୟାଚ ପରେ ଆମେ ଆମ ଖେଳାଳିଙ୍କୁ ଦୁଇ ଦିନ ଆରାମ ଦେଇଥିଲୁ । ତିନି ଦିନ ପରେ ଆମେ ଖୁବ ଅଭ୍ୟାସ କରିଛୁ । ଆମ ଆତ୍ମବିଶ୍ବାସ କମିନାହିଁ । ଆମ ପାଖରେ ଏବେବି ସୁଯୋଗ ଅଛି । ତେଣୁ ଗୋଟିଏ ଗୋଟିଏ ମ୍ୟାଚ ଉପରେ ଏବେ ଆମେ ଫୋକସ କରୁଛୁ । ଦକ୍ଷିଣ ଆଫ୍ରିକାକୁ ହରାଇ ଆମେ ବିଜୟ ଅଭିଯାନ ଆରମ୍ଭ କବିବୁ ।’’ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ସର୍ଫରାଜ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.