ହାଇଦ୍ରାବାଦ: କିମ୍ବଦନ୍ତୀ ବୋଲର କର୍ଟନି ୱାର୍ଲସ ୱେଷ୍ଟଇଣ୍ଡିଜ ମହିଳା କ୍ରିକେଟ ଟିମର ମୁଖ୍ୟ କୋଚ ନିଯୁକ୍ତ ହୋଇଛନ୍ତି । ଗୁରୁବାର ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡ ପକ୍ଷରୁ ଏନେଇ ଘୋଷଣା ହୋଇଛି।
2022 ଶେଷ ପର୍ଯ୍ୟନ୍ତ କର୍ଟନି କୋଚ ଦାୟିତ୍ବରେ ରହିବେ । ଏଥିସହିତ ଆଗାମୀ ଦିନିକିଆ ବିଶ୍ବକପ ଓ ଆଇସିସି ମହିଳା କ୍ରିକେଟ ବିଶ୍ବକପରେ ମଦ୍ୟ କୋଚ ଦାୟିତ୍ବ ତୁଲାଇବେ । ଏକ ଘୋଷମାନାମାରେ ବୋର୍ଡ ପକ୍ଷରୁ ଏହା କୁହାଯାଇଛି ।
ପୂର୍ବରୁ ପ୍ରଖ୍ୟାତ ବୋଲର କର୍ଟନି ବାଂଲାଦେଶ ପୁରୁଷ ଟିମର ସହକାରୀ କୋଚ ଭାବେ କାର୍ଯ୍ୟ କରିଛନ୍ତି ।
ୱାର୍ଲସ ୱେଷ୍ଟଇଣ୍ଡିଜ ଟେଷ୍ଟ କ୍ରିକେଟ ଇତିହାସରେ 132ଟି ମ୍ୟାଚରୁ ସର୍ବାଦିକ 519 ରନ ସଂଗ୍ରହ କରିଛନ୍ତି । ଦିନିକିଆରେ ମଧ୍ୟ ପୂର୍ବତନ ଏହି କାରବିୟନ କ୍ୟାପଟେନ 227ଟି ୱିକେଟ ହାସଲ କରିଛନ୍ତି । 429ଟି ପ୍ରଥମ ଶ୍ରେଣୀ କ୍ରିକେଟ ମ୍ୟାଚରୁ 1,807 ୱିକେଟ ଦଖଲ କରିଛନ୍ତି । 57 ବର୍ଷୀୟ ୱାର୍ଲସ ଆଇସିସି ହଲ ଅଫ ଫେମର ସଦସ୍ୟ ରହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ