କଲମ୍ବୋ: ଶ୍ରୀଲଙ୍କା କ୍ରିକେଟ୍ (SLC) ଆସନ୍ତା ମାସରୁ ଆରମ୍ଭ ହେବାକୁ ଥିବା ଲଙ୍କା ପ୍ରିମିୟର ଲିଗ୍ (LPL) ଟି-20 ଟୁର୍ଣ୍ଣାମେଣ୍ଟର ଲୋଗୋ ଲଞ୍ଚ ହୋଇଯାଇଛି ।
ଲୋଗୋରେ ସିଂହର ସାହସ, ନିଷ୍ଠା ଏବଂ ନିର୍ଭୀକତା, ଯାହା ଶ୍ରୀଲଙ୍କାର ଜାତୀୟ ପତାକାର ମୁଖ୍ୟ ପ୍ରତୀକ ଥିବା ଦେଖିବାକୁ ମିଳିଛି । ଏଲପିଏଲ ଲୋଗୋ ଜାତିର ସମୃଦ୍ଧ ସଂସ୍କୃତି ଏବଂ ଐତିହ୍ୟ, ଲୋକଙ୍କ ମୁକ୍ତ ଗତିବିଧି ଏବଂ ପଡ଼ିଆରେ ଥିବାବେଳେ ଶ୍ରୀଲଙ୍କା ଖେଳାଳିଙ୍କ ନିର୍ଭୀକ ମନୋଭାବକୁ ପ୍ରତିଫଳିତ କରିଥାଏ ।
ସିଂହ ଆକୃତିର ଏହି ଚିତ୍ର ଲିଗରେ ଅଂଶଗ୍ରହଣ କରିବାକୁ ଯାଉଥିବା 5ଟି ଦଳକୁ ପ୍ରତିନିଧିତ୍ୱ କରିବ । 21 ନଭେମ୍ବରରୁ ଲଙ୍କା ପ୍ରିମିୟର ଲିଗ୍ ଟି-20 ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ । ଏଥିରେ 5ଟି ଫ୍ରାଞ୍ଚାଇଜ୍ ଅଂଶଗ୍ରହଣ କରିବେ । ପ୍ରତ୍ୟେକ ଫ୍ରାଞ୍ଚାଇଜରେ ମୋଟ 19 ଖେଳାଳି ରହିବେ, ଯେଉଁଥିରେ 6 ଜଣ ବିଦେଶୀ ଏବଂ 13 ଜଣ ଶ୍ରୀଲଙ୍କା ଖେଳାଳି ଅଛନ୍ତି ।
23 ମ୍ୟାଚ୍ ବିଶିଷ୍ଟ ଏହି ଲିଗ୍ ରଙ୍ଗିରି ଡାମବୁଲ୍ଲା ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍, ପାଲଲେକାଲ୍ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ ଏବଂ ସୁରିଆଭେଭା ମହିନ୍ଦା ରାଜପାକସା ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ ।