ହରାରେ: ପାକିସ୍ତାନ ଯାତ୍ରା ପାଇଁ ଭିସା ଆବଶ୍ୟକ କରୁଛନ୍ତି, ପୂର୍ବତନ ଭାରତୀୟ କ୍ରିକେଟର ଲାଲଚାନ୍ଦ ରାଜପୁତ । ପୁରୁଷ ଜିମ୍ବାୱେ କ୍ରିକେଟ ଟିମର ମୁଖ୍ୟ କୋଚ ରହିଛନ୍ତି ରାଜପୁତ ।
ଅକ୍ଟୋବରରେ ଜିମ୍ବାୱେ ଟିମର ପାକିସ୍ତାନ ଗସ୍ତ ରହିଛି । ଫଳରେ ଟିମ ସହ କୋଚ ରାଜପୁତ ପାକିସ୍ତାନ ଗସ୍ତ କରନ୍ତୁ ବୋଲି ବୋର୍ଡ ଚାହୁଁଛି । ତେବେ ଇସଲାମାବାଦ ଅଧିକାରୀଙ୍କୁ ପୂର୍ବତନ ଭାରତୀୟ କ୍ରିକେଟର ତଥା କୋଚଙ୍କୁ ଭିସା ଦେବା ପାଇଁ ଅନୁରୋଧ କରିଥିବା କହିଛନ୍ତି ଜିମ୍ବାୱେ କ୍ରିକେଟ ଚେୟାରମ୍ୟାନ ତାଭେଙ୍ଗୱା ମୁକୁହଲାନି ।
ଜିମ୍ବାୱେ ଓ ପାକିସ୍ତାନ ମଧ୍ୟରେ ଆଇସିସି ବିଶ୍ବକପ ସୁପର ଲିଗର ଅଂଶ ଭାବେ 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଓ ସମାନ ସଂଖ୍ୟକ ଟି-20 ସିରିଜ ଖେଳାଯିବ । ମୁଲତାନରେ ଅକ୍ଟୋବର 30, ନଭେମ୍ବର1, ନଭେମ୍ବର 3ରେ ଖେଳାଯିବ । ସେହିପରି ରାୱଲପିଣ୍ଡିରେ ନଭେମ୍ବର 7, 8 ଓ 10ରେ ଟି-20 ମ୍ୟାଚ ଖେଳାଯିବା ନେଇ ସୂଚୀ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ