ETV Bharat / sports

MI vs KXIP: ପଞ୍ଜାବ ଆଗରେ 192ରନ ବିଜୟ ଲକ୍ଷ୍ୟ

author img

By

Published : Oct 1, 2020, 9:53 PM IST

ଆଜି ଆଇପିଏଲର 13ତମ ମ୍ୟାଚରେ ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ 20 ଓଭରରେ 191/4 ରନ କରିଛି ।

MI vs KXIP: ପଞ୍ଜାବ ଆଗରେ 192ରନ ବିଜୟ ଲକ୍ଷ୍ୟ
MI vs KXIP: ପଞ୍ଜାବ ଆଗରେ 192ରନ ବିଜୟ ଲକ୍ଷ୍ୟ

ଆବୁଧାବି: ଆଜି ଆଇପିଏଲର 13ତମ ମ୍ୟାଚରେ ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ 20 ଓଭରରେ 191/4 ରନ କରିଛି । ଯେଉଁଥିରେ ସାମିଲ ଅଛି ଅଧିନାୟକ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକୀୟ ପାଳି ଓ ପୋଲାର୍ଡଙ୍କ ବିସ୍ଫୋରକ ପ୍ରହାର ।

ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଏମଆଇ ଓପନର୍ କ୍ୱିଣ୍ଟନ୍ ଡି କକ୍(0) ତାଙ୍କ ଦଳକୁ ଦୃଢ ଆରମ୍ଭ ଦେବାରେ ବିଫଳ ହୋଇଥିଲେ । ସେ ଇନିଂସର ପ୍ରଥମ ଓଭରରେ ଶେଲଡନ୍ କୋଟ୍ରେଲଙ୍କ ଦ୍ବାରା ଆଉଟ ହୋଇଥିଲେ । ଗତ ମ୍ୟାଚରେ ଏକ ଓଭରରେ ପାଞ୍ଚଟି ଛକା ଦେଇଥିବା କଟ୍ରେଲ ଏହି ମ୍ୟାଚକୁ ଏକ ପ୍ରଥମ ଓଭରରୁ ଆରମ୍ଭ କରିଥିଲେ । ଏହା ପରେ ରୋହିତ ମଧ୍ୟଭାଗରେ ସୂର୍ଯ୍ୟକୁମାର ଯାଦବଙ୍କ ସହ ମିଶି ସ୍କୋରକୁ ଆଗକୁ ବଢାଇଥିଲେ । ସୂର୍ଯ୍ୟକୁମାରଙ୍କ ଆଉଟ ହେବା ପରେ ରୋହିତ-ଇଶାନ କିଶନ କିଛି ସମୟ ଧରି ଏକ ଲମ୍ବା ଇଂନିସ ଖେଳିଥିଲେ ।

ତେବେ ରୋହିତ ଶର୍ମା (45ବଲ 70ରନ) ଓ ଇଶାନ କିଷାନ (32ବଲ 28ରନ) ଆଉଟ ହେବା ପରେ ପାଳିକୁ ଦ୍ରୁତ ଗତିରେ ନେଇଥିଲେ କିରଣ ପୋଲାର୍ଡ ଓ ହାର୍ଦ୍ଦିକ ପାଣ୍ଡ୍ୟା । ଶେଷ 5 ଓଭରରେ ଏମଆଇ ବ୍ୟାଟ୍ସମ୍ୟାନ 104ରନ ପ୍ରହାର କରିଥିଲେ । 20 ବଲରୁ 47 ଦ୍ରୁତ ପାଳି ପୋଲାର୍ଡ ଓ 11 ବଲରୁ 30 ରନ କରି ଅପରାଜିତ ରହିଛନ୍ତି ପାଣ୍ଡ୍ୟା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.