ETV Bharat / sports

ଗିଲଙ୍କ ଧୂଆଁଧାର ପାଳି, ପ୍ଲେ-ଅଫ ରେସରେ କେକଆର - playoff

ଶୁଭମନ ଗିଲଙ୍କ ଅପରାଜିତ ଧୂଆଁଧାର ପାଳି ବଳରେ ଶୁକ୍ରବାର ଖେଳାଯାଇଥିବା ପଞ୍ଜାବ ବିପକ୍ଷ ମ୍ୟାଚରେ 7ୱିକେଟରେ ବିଜୟ ହାସଲ କରିଛି ଅତିଥି କେକେଆର । ତେବେ ଏହି ବିଜୟ ସହ ପ୍ଲେ-ଅଫ ରେସରେ ବନି ରହିଛି କେକଆର ।

ଫଟୋ ସୌଜନ୍ୟ- ଟ୍ବିଟର @KKR
author img

By

Published : May 4, 2019, 10:49 AM IST

ମୋହାଲି: ଶୁଭମନ ଗିଲଙ୍କ ଅପରାଜିତ ଧୂଆଁଧାର ପାଳି ବଳରେ ଶୁକ୍ରବାର ଖେଳାଯାଇଥିବା ପଞ୍ଜାବ ବିପକ୍ଷ ମ୍ୟାଚରେ 7ୱିକେଟରେ ବିଜୟ ହାସଲ କରିଛି ଅତିଥି କେକେଆର । ତେବେ ଏହି ବିଜୟ ସହ ପ୍ଲେ-ଅଫ ରେସରେ ବନି ରହିଛି କେକଆର । 49 ବଲରୁ 65ରନର ଜବରଦସ୍ତ ପାଳି ଖେଳିଛନ୍ତି ଯୁବ ବ୍ୟାଟ୍ସମ୍ୟାନ ଶୁଭମନ୍‌ ଗିଲ୍‌ ।

KKR
ଫଟୋ ସୌଜନ୍ୟ- ଟ୍ବିଟର @KKR

ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 184 ରନର ବିଜୟ ଲକ୍ଷ୍ୟ ଦେଇଥିଲା ଘରୋଇ ପଞ୍ଜାବ । ଧାର୍ଯ୍ୟ ବିଜୟ ଲକ୍ଷକୁ ପିଛା କରି 3 ୱିକେଟ ବିନିମୟରେ ଦୁଇ ଓଭର ବାକି ଥାଇ 185ରନ କରିଛି କୋଲକାତା । ଏହି ବିଜୟ ପାଳିରେ ଗିଲ୍‌ଙ୍କ ବ୍ୟତୀତ କ୍ରିସ ଲିନଙ୍କ 46ରନର ପାଳି ସାମିଲ ରହିଛି ।

କୋଲକାତା ପାଇଁ ଓପିନଂ ଯୋଡି କ୍ରିସ ଲିନ ଓ ଶୁଭମନ ଗିଲ ଦଳକୁ ପ୍ରଥମେ ଭଲ ଆରମ୍ଭ ଦେଇଥିଲେ । ପ୍ରଥମ ୱିକେଟ ବିନିମୟରେ ଉଭୟ 62 ରନର ପାଳି ଖେଳିଥିଲେ । ଲିନ୍‌ ଆଉଟ ହେବା ପରେ ରବିନ ଉତ୍ଥାପା ଓ ଗିଲ୍‌ ଦଳକୁ ଆଗକୁ ନେଇଥିଲେ । ଅନ୍ୟପଟେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଆନ୍ଦ୍ରେ ରସଲେ କିନ୍ତୁ ଗତକାଲିର ମ୍ୟାଚରେ ଫେଲ ମାରିଥିଲେ । 14 ବଲରୁ 24ରନ କରି ରସଲେ ଶାମିଙ୍କ ବଲରେ ଆଉଟ ହୋଇଥିଲେ । ଶେଷରେ ଗିଲ ଓ ଅଧିନାୟକ କାର୍ତ୍ତିକ ଅପରାଜିତ ରହି ଦଳକୁ ବିଜୟ ଭେଟି ଦେଇଥିଲେ ।

KKR
ଫଟୋ ସୌଜନ୍ୟ- ଟ୍ବିଟର @KKR

ସେହିପରି ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ପଞ୍ଜାବ ପକ୍ଷରୁ ନିକୋଲାସ ପୁରଣ 27 ବଲରୁ 48ରନର ପାଳି ଖେଳିଥିଲେ । ପୁରଣଙ୍କୁ ଛାଡିଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବଡ ସ୍କୋର କରି ପାରିନଥିଲେ ।

ତେବେ ଏହି ବିଜୟ ସହ କେକେଆରର 12 ପଏଣ୍ଟ ହୋଇଛି । ପଏଣ୍ଟ ଟେବୁଲର 5ମ ସ୍ଥାନରେ ଥିବା କେକେଆର ପାଖରେ ଆଉ ଗୋଟିଏ ମ୍ୟାଚ ଖେଳିବାକୁ ବାକି ରହିଛି । ଯାହାକୁ ମୁମ୍ବାଇ ବିପକ୍ଷରେ ଖେଳିବ ଦଳ । ତେବେ ପ୍ଲେ-ଅଫ ସ୍ଥାନ ପାଇବାକୁ ହେଲେ କେକେଆରକୁ ଏହି ମ୍ୟାଚରେ ବଡ ସ୍କୋର ସହ ବିଜୟ ଦରକାର । ଏଥିସହିତ 4ର୍ଥ ସ୍ଥାନରେ ଥିବା ହାଇଦ୍ରାବାଦ ଦଳ ମଧ୍ୟ ପରାଜୟ ହେବା ଦରକାର ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.