ଆବୁଧାବି: ଆଇପିଏଲର 21ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସକୁ 10ରନ୍ରେ ପରାସ୍ତ କରିଛି କୋଲକାତା ନାଇଟ ରାଇଡର୍ସ । ଏହି ମ୍ୟାଚରେ ଅର୍ଦ୍ଧଶତକୀୟ ଇଂନିସ ଖେଳିଥିବା କେକେଆରର ରାହୁଲ ତ୍ରିପାଠୀଙ୍କୁ ମ୍ୟାନ ଅଫ ଦି ମ୍ୟାଚ ମିଳିଛି । ବିଜୟ ପରେ କେକେଆର 6ପଏଣ୍ଟ ସହ ପଏଣ୍ଟ ଟେବୁଲରେ 3ୟ ସ୍ଥାନରେ ରହିଛି । ଅନ୍ୟପଟେ ଚେନ୍ନାଇ ଚଳିତ ଲିଗ୍ରେ 6ଟି ମ୍ୟାଚରୁ 4ଟିରେ ପରାଜୟର ସାମ୍ନା କରିଛି ।
ବୁଧବାର ଦିନ ଆବୁଧାବି ଗ୍ରାଉଣ୍ଡରେ କୋଲକାତା ନାଇଟ୍ ରାଇଡର୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ 10 ଓ୍ବିକେଟ ହରାଇ167 ରନ୍ ସଂଗ୍ରହ କରିଥିଲା । ତେବେ ଦଳ ପକ୍ଷରୁ ରାହୁଲ ତ୍ରିପାଠୀ 51ବଲ୍ରେ 81ରନ କରିଥିଲେ । ରାହୁଲଙ୍କ ବ୍ୟତୀତ ଶୁଭମାନ ଗିଲ11, ସୁନୀଲ ନାରିନ17, ନିତୀଶ ରାଣା 9, ଆନ୍ଦ୍ରେ ରସେଲ2, ଦିନେଶ କାର୍ତ୍ତିକ 12, ଇୟନ ମୋର୍ଗାନ 7, ପ୍ୟାଟ କମିନ୍ସ17, ବରୁଣ ଚକ୍ରବର୍ତ୍ତୀ 1 ଏବଂ କମଲେଶ ନାଗାର୍କୋଟି ଓ ଶିବମ ମାଭି 0ରନ୍ରେ ଆଉଟ ହୋଇଥିଲେ ।
-
Rahul Tripathi is the Man of the Match for his brilliant knock of 81 off 51 deliveries.#Dream11IPL pic.twitter.com/Hez7H21yxY
— IndianPremierLeague (@IPL) October 7, 2020 " class="align-text-top noRightClick twitterSection" data="
">Rahul Tripathi is the Man of the Match for his brilliant knock of 81 off 51 deliveries.#Dream11IPL pic.twitter.com/Hez7H21yxY
— IndianPremierLeague (@IPL) October 7, 2020Rahul Tripathi is the Man of the Match for his brilliant knock of 81 off 51 deliveries.#Dream11IPL pic.twitter.com/Hez7H21yxY
— IndianPremierLeague (@IPL) October 7, 2020
ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଡୱେନ ବ୍ରାଭୋ ସର୍ବାଧିକ 3 ଓ୍ବିକେଟ, ସାମ କୁରାନ,ଶାର୍ଦ୍ଦୁଲ ଠାକୁର ଓ କରଣ ଶର୍ମା 2ଟି ଲେଖାଏଁ ଓ୍ବିକେଟ ହାତେଇଥିଲେ ।
-
That's that from Match 21. @KKRiders win by 10 runs against #CSK.#Dream11IPL pic.twitter.com/wji9rmsowC
— IndianPremierLeague (@IPL) October 7, 2020 " class="align-text-top noRightClick twitterSection" data="
">That's that from Match 21. @KKRiders win by 10 runs against #CSK.#Dream11IPL pic.twitter.com/wji9rmsowC
— IndianPremierLeague (@IPL) October 7, 2020That's that from Match 21. @KKRiders win by 10 runs against #CSK.#Dream11IPL pic.twitter.com/wji9rmsowC
— IndianPremierLeague (@IPL) October 7, 2020
ତେବେ 168ରନ୍ର ବିଜୟଲକ୍ଷ୍ୟ ନେଇ ଧୋନିଙ୍କ ବାହିନୀ ଗ୍ରାଉଣ୍ଡକୁ ଓହ୍ଲାଇଥିଲେ । କିନ୍ତୁ ନିର୍ଦ୍ଧାରିତ ଓଭରରେ 5ଓ୍ବିକେଟ ହରାଇ 157ରନ୍ ହିଁ ସଂଗ୍ରହ କରିଥିଲା ଦଳ । ଫଳରେ 10ରନ୍ରେ ପରାଜିତ ହୋଇଛି ସିଏସ୍କେ । ଚେନ୍ନାଇ ଦଳର ଏହି ଲିଗ୍ରେ 4ର୍ଥ ପରାଜୟ । କେକେଆର ବିପକ୍ଷରେ ଚେନ୍ନାଇ ପକ୍ଷରୁ ଓପନର ଶେନ ୱାଟସନ ସର୍ବାଧିକ 50(40ବଲ୍)ରନ୍ ସଂଗ୍ରହ କରିଥିଲେ । ଓ୍ବାଟସନଙ୍କ ବ୍ୟତୀତ ମ୍ବାତି ରାୟୁଡୁ 30ରନ୍, ଫାଫ ଡୁ ପ୍ଲେସିସ୍ 17, ସାମ କୁରାନ 17, ଏମଏସ ଧୋନି 11, କେଦାର ଯାଦବ 7* ଓ ରବୀନ୍ଦ୍ର ଜାଡେଜା 21*ରନ୍ ସଂଗ୍ରହ କରିଥିଲେ ।
ବିପକ୍ଷ ଦଳ କେକେଆର ପକ୍ଷରୁ ଶିବମ ମାଭି, ବରୁଣ ଚକ୍ରବର୍ତ୍ତୀ, କମଲେଶ ନାଗାର୍କୋଟି, ସୁନୀଲ ନାରିନ, ଆନ୍ଦ୍ରେ ରସେଲ ଗୋଟିଏ ଲେଖାଏଁ ଓ୍ବିକେଟ ହାତେଇଥିଲେ ।
ତେବେ କେକେଆର ତା'ର ପରବର୍ତ୍ତୀ ମ୍ୟାଚ ପଞ୍ଜାବ ବିପକ୍ଷରେ 10 ଅକ୍ଟୋବରରେ ଖେଳିବ । ସେହିଦିନ ହିଁ ଚେନ୍ନାଇ ଦୁବାଇ ଗ୍ରାଉଣ୍ଡରେ ଆରସିବିକୁ ଭେଟିବ ।