ETV Bharat / sports

‘ପ୍ରଥମ ଟେଷ୍ଟ ପରେ କୋହଲିଙ୍କ ଅନୁପସ୍ଥିତି ସିଏ ଉପରେ ପକାଇବନି ଆର୍ଥିକ ପ୍ରଭାବ’

ବିରାଟ କୋହଲିଙ୍କ ଅନୁପସ୍ଥିତି କ୍ରିକେଟ ଅଷ୍ଟ୍ରେଲିଆ ଉପରେ ଆର୍ଥିକ ପ୍ରଭାବ ପକାଇବ ନାହିଁ ବୋଲି କହିଛନ୍ତି କ୍ରିକେଟ ଅଷ୍ଟ୍ରେଲିଆର ଅନ୍ତରୀଣ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନିକ୍ ହକଲି । ଅଧିକ ପଢ଼ନ୍ତୁ...

author img

By

Published : Nov 24, 2020, 8:26 PM IST

Kohli's absence after first Test will not affect CA financially: Hockley
‘ପ୍ରଥମ ଟେଷ୍ଟ ପରେ କୋହଲିଙ୍କ ଅନୁପସ୍ଥିତି ସିଏ ଉପରେ ପକାଇବନି ଆର୍ଥିକ ପ୍ରଭାବ’

ସିଡନୀ: କ୍ରିକେଟ ଅଷ୍ଟ୍ରେଲିଆର ଅନ୍ତରୀଣ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନିକ୍ ହକଲି କହିଛନ୍ତି ଯେ ବୋର୍ଡର ଗାଭାସ୍କର ସିରିଜର ପ୍ରଥମ ଟେଷ୍ଟ ପରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତି ଘରୋଇ ବୋର୍ଡ ଉପରେ ଆର୍ଥିକ ପ୍ରଭାବ ପକାଇବ ନାହିଁ ।

ଡିସେମ୍ବର 17 ରୁ ଏଡିଲେଡରେ ହେବାକୁ ଥିବା ଦିବା-ରାତ୍ର ମୁକାବିଲାରେ ବିରାଟ କୋହଲି ଭାରତର ନେତୃତ୍ବ ନେବେ କିନ୍ତୁ ନିଜ ପ୍ରଥମ ସନ୍ତାନ ଜନ୍ମ ପାଇଁ ତାଙ୍କ ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହ ଭାରତ ଫେରିଯିବେ। ଅଜିଙ୍କ୍ୟ ରାହାଣେ ଅବଶିଷ୍ଟ ଟେଷ୍ଟରେ ଭାରତର ନେତୃତ୍ବ ନେବାକୁ ପ୍ରସ୍ତୁତ ଅଛନ୍ତି ।

2018-19 ରେ ସିରିଜ ପରାଜୟର ପ୍ରତିଶୋଧ ନେବାକୁ ଟିମ୍‌ ପେନ୍‌ଙ୍କ ପକ୍ଷ ଆଗ୍ରହୀ ଥିବାରୁ ଭାରତ ଏକ ବଡ ପ୍ରତିଦ୍ବନ୍ଦ୍ବିତାକକୁ ସାମ୍ନା କରିବ । ଷ୍ଟିଭ୍ ସ୍ମିଥ ଏବଂ ଡେଭିଡ ୱାର୍ନରଙ୍କ ସହ ଅଷ୍ଟ୍ରେଲିଆ ଆଗ ଅପେକ୍ଷା ଏକ ଶକ୍ତିଶାଳୀ ଟିମ୍‌ ହୋଇଛି । ଗତ ଅଷ୍ଟ୍ରେଲିଆ ଗସ୍ତ ବେଳେ ଭାରତ ଅଷ୍ଟ୍ରେଲିଆକୁ 2-1ରେ ପରାସ୍ତ କରିଥିଲା ।

ଅଫିସିଆଲ ବ୍ରଡକାଷ୍ଟର ସୋନି ସହ ଏକ ଚାଟ୍ ସମୟରେ କ୍ରିକେଟ ଅଷ୍ଟ୍ରେଲିଆର ଅନ୍ତରୀଣ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନିକ୍‌ ହକଲି କହିଛନ୍ତି ଯେ ‘‘ଆମେ ବିରାଟଙ୍କ ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ରୂପେ ସମ୍ମାନ କରୁଛୁ ।

‘‘ବିଶ୍ବ କ୍ରିକେଟ ଏବଂ ଅଷ୍ଟ୍ରେଲିଆ କ୍ରିକେଟ ପାଇଁ ଏହି ସିରିଜ ମହତ୍ବପୂର୍ଣ୍ଣ ଅଟେ। ଏହା ସମସ୍ତ କ୍ରିକେଟ ଦେଶ ପାଇଁ ଏକ ପ୍ରମାଣ ଯେ ଆମେ ଅନ୍ତର୍ଜାତୀୟ କ୍ରିକେଟକୁ ସୁରକ୍ଷିତ ଉପାୟରେ ଚଳାଇ ପାରିବା । ଏହି ସିରିଜ ଦେଖିବାକୁ ଅନେକ ଦର୍ଶକ ମଧ୍ୟ ଆସିବେ ।’’

ନିକଟ ଭବିଷ୍ୟତରେ ଦିବା-ରାତ୍ର ଟେଷ୍ଟର ଏକ ସମ୍ପୂର୍ଣ୍ଣ ସିରିଜ ଆୟୋଜନ କରିବାର ସମ୍ଭାବନାକୁ ହକଲି ପ୍ରତ୍ୟାଖ୍ୟାନ କରିଛନ୍ତି କିନ୍ତୁ ଡିସେମ୍ବର 17ରୁ21 ପର୍ଯ୍ୟନ୍ତ ପିଙ୍କ ବଲ ଟେଷ୍ଟ ଓପନର୍ ପ୍ରଶଂସକଙ୍କୁ ଆକର୍ଷିତ କରିବ ବୋଲି କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.