ଚେନ୍ନାଇ: ଭାରତ -ଇଂଲଣ୍ଡ ମଧ୍ୟରେ 5 ଫେବୃଆରୀରୁ ଆରମ୍ଭ ହେବ ଟେଷ୍ଟ ସିରିଜ । ଏନେଇ ଉଭୟ ଦଳ ପ୍ରସ୍ତୁତ । ତେବେ ଅତିଥିଦଳ ଇଂଲଣ୍ଡର ଓ୍ବିକେଟକିପର ଜୋସ ବଟଲର ବିରାଟ କୋହଲିଙ୍କୁ ନେଇ ଦିନକ ପୂର୍ବରୁ କହିଥିଲେ କୋହଲି ଜଣେ ସାନଦାର ଅଧିନାୟକ । ଏବେ ତାଙ୍କର ସାଥି ଖେଳାଳି ମୋଇନ ଅଲ୍ଲି ବି ଭାରତର ଅଧିନାୟକଙ୍କୁ ନେଇ ମତ ରଖିଛନ୍ତି ।
![kohli-will-be-more-motivated-after-india-did-well-in-aus-ali](https://etvbharatimages.akamaized.net/etvbharat/prod-images/10453594_moen-ali.jpg)
ମୋଇନ ରବିବାର ଦିନ ମିଡିଆକୁ କହିଛନ୍ତି ଯେ, ବିରାଟ ସାନଦାର ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ଅଛନ୍ତି । ମତେ ବିଶ୍ବାସ ଅଛି ଅଷ୍ଟ୍ରେଲିଆରେ ଭାରତର ବହୁତ ଭଲ ପ୍ରଦର୍ଶନ ପରେ ସେ ଆହୁରି ଅଧିକ ସକାରତ୍ମକ ଥିବେ । ଆହୁରି ମଧ୍ୟ ସେ କହିଛନ୍ତି ଯେ, ମତେ ଜଣା ନାହିଁ ତାଙ୍କୁ କିପରି ଆଉଟ୍ କରାଯିବ । କାରଣ ସେ ଜଣେ ସାନଦାର ଖେଳାଳି । କିନ୍ତୁ ଆମ ପାଖରେ ବି ଭଲ ଫାଷ୍ଟ ବୋଲର ଅଛନ୍ତି ।
33ବର୍ଷୀୟ ଏହି ଖେଳାଳି 2019 ଅଗଷ୍ଟ ମାସ ପରେ କୌଣସି ଟେଷ୍ଟ ମ୍ୟାଚ ଖେଳି ନାହାଁନ୍ତି । 60 ଟେଷ୍ଟରେ 181 ଓ୍ବିକେଟ ହାତେଇଛନ୍ତି ଓ 3000ରନ୍ ପୂରଣ କରିବାକୁ 218ରନ୍ର ଆବଶ୍ୟକତା ରହିଛି ।
ନିଜର ପ୍ରଦର୍ଶନୀକୁ ନେଇ କହିଛନ୍ତି ଯେ, ମତେ ଲାଗେ ମୁଁ ଅଲରାଉଣ୍ଡର ପ୍ରଦର୍ଶନ କରି ପାରିବି । ଓ୍ବିକେଟ ବି ନେଇ ପାରିବି ଓ ରନ୍ ବି କରି ପାରିବି ଏଥିସହ ଦଳକୁ ବିଜୟ ସ୍ବାଦ ଚଖାଇ ବି ପାରିବ । ମୋର ଛୋଟ ଛୋଟ ଲକ୍ଷ୍ୟ ଅଛି । ପ୍ରଥମେ ହାସଲ କରିବାକୁ ଚାହୁଁଛି । 200ଓ୍ବିକେଟ ହାତେଇବାକୁ ବେଶୀ ଦୂରରେ ନାହିଁ ।