ETV Bharat / sports

ବେଙ୍ଗଲ ଟାଇଗରଙ୍କୁ ଅତିକ୍ରମ କଲେ ବିରାଟ୍‌ - ବିଦେଶ ମାଟିରେ

ଦାଦାଙ୍କ ଅଧିନାୟକତ୍ବରେ ଭାରତ ବିଦେଶ ମାଟିରେ 28ରୁ 11ଟି ଟେଷ୍ଟ ମ୍ୟାଚ ଜିତିଥିଲା । କିନ୍ତୁ କୋହଲି ବିଦେଶ ମାଟିରେ 26ଟି ମ୍ୟାଚ ଖେଳି 12ଟିରେ ଜିତିଛନ୍ତି ।

ଡିଜାଇନ ଫଟୋ
author img

By

Published : Aug 26, 2019, 12:34 PM IST

Updated : Aug 26, 2019, 12:40 PM IST

ହାଇଦ୍ରାବାଦ: ଇଣ୍ଡଜ୍‌ ଗସ୍ତର ପ୍ରଥମ ଟେଷ୍ଟ ମ୍ୟାଚରେ 318ରନର ବିଶାଳ ବ୍ୟବଧାନରେ ବିଜୟ ଲାଭ କରିଛି ଅତିଥି ଭାରତୀୟ ଦଳ । ଏହି ବିଜୟ ସହ କ୍ୟାପ୍ଟେନ କୋହଲି ବନିଯାଇଛନ୍ତି ବିଦେଶ ମାଟିରେ ସବୁଠାରୁ ସଫଳ ଅଧିନାୟକ । ଏହି ତାଲିକାରେ ଥିବା ଭାରତୀୟ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ରେକର୍ଡକୁ ଭାଙ୍ଗିଛନ୍ତି କୋହଲି । ଅନ୍ୟପଟେ ଟେଷ୍ଟ ମ୍ୟାଚ ବିଜୟ ସଂଖ୍ୟାରେ କ୍ୟାପ୍ଟେନ କୁଲ ମହେନ୍ଦ୍ର ସିଂ ଧୋନିଙ୍କ ସହ ମଧ୍ୟ ସମକକ୍ଷ ହୋଇଛନ୍ତି ।

ତେବେ ଦାଦାଙ୍କ ଅଧିନାୟକତ୍ବରେ ଭାରତ ବିଦେଶ ମାଟିରେ 28ରୁ 11ଟି ଟେଷ୍ଟ ମ୍ୟାଚ ଜିତିଥିଲା । କିନ୍ତୁ କୋହଲି ବିଦେଶ ମାଟିରେ 26ଟି ମ୍ୟାଚ ଖେଳି 12ଟିରେ ଜିତିଛନ୍ତି । ସେହିପରି ମହେନ୍ଦ୍ର ସିଂହ ଧୋନୀ ଅଧିନାୟକ ଭାବେ 60ଟି ଟେଷ୍ଟ ମ୍ୟାଚରୁ 27ଟିରେ ବିଜୟ ହାସଲ କରିଥିଲେ । ମାତ୍ର କୋହଲି 47ଟି ଟେଷ୍ଟ ମ୍ୟାଚରୁ 27ଟିରେ ବିଜୟ ହାସଲ କରିଛନ୍ତି ।

ତେବେ ଏହି ବିଜୟ ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପରେ ଭାରତର ପ୍ରଥମ ବିଜୟ ହୋଇଛି । ଭାରତର ପ୍ରଥମ ଓ ଦ୍ବିତୀୟ ପାଳିରେ ଯଥାକ୍ରମେ ଇଶାନ୍ତ ଶର୍ମା ଓ ଜସପ୍ରୀତ୍‌ ବୁମରାଙ୍କ 5 ୱିକେଟ ହଲ ଏବଂ ଉପଅଧିନାୟକ ଆଜିଙ୍କ୍ୟ ରାହାଣେଙ୍କ ଶତକ ଭାରତକୁ ଏହି ସଫଳତା ଆଣିଦେଇଛି । ତେବେ ଏହି ବିଜୟ ସହ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ 1-0ରେ ଆଗୁଆ ରହିଛି । 2ୟ ଟେଷ୍ଟ ଜିତି ସମ୍ପୂର୍ଣ୍ଣ ଗସ୍ତକୁ କ୍ଲିନ ସୁଇପ କରିବା ଲକ୍ଷ୍ୟରେ ରହିଛି ଅତିଥି ଭାରତ । ଏହା ପୂର୍ବରୁ ଦିନିକିଆକୁ 3-0ରେ ଓ ଟି-20କୁ 2-0ରେ ହ୍ୱାଇଟ ୱାସ କରିଥିଲା ବିରାଟ ବାହିନୀ । ଆସନ୍ତା 30ତାରିଖରୁ 2ୟ ଟେଷ୍ଟ ମ୍ୟାଚ ଖେଳାଯିବ।

Intro:Body:

BLANK FOR LINK

Conclusion:
Last Updated : Aug 26, 2019, 12:40 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.