ETV Bharat / sports

ପରାଜୟ ପାଇଁ ବୋଲରଙ୍କୁ ଦାୟୀ କଲେ ବିରାଟ - rcb bowlers

ଆଇପିଏଲରେ ଏପର୍ଯ୍ୟନ୍ତ ଖାତା ଖୋଲିନି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର । ଆଉ ଏହି ପରାଜୟ ପାଇଁ ବୋଲରଙ୍କୁ ଦାୟୀ କରିଛନ୍ତି ଅଧିନାୟକ ବିରାଟ କୋହଲି ।

ଫାଇଲ ଫଟୋ
author img

By

Published : Apr 6, 2019, 7:59 PM IST

ମୁମ୍ବାଇ: ଆଇପିଏଲରେ ଏପର୍ଯ୍ୟନ୍ତ ଖାତା ଖୋଲିନି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର । ଶତ ଚେଷ୍ଟା ପରେ ମଧ୍ୟ କାମ କରୁନି କୌଣସି ରଣନୀତି । ଆଉ ଏହାକୁ ନେଇ ଏବେ ମୁହଁ ଖୋଲିଛନ୍ତି ଦଳର ଅଧିନାୟକ ବିରାଟ କୋହଲି ।

ନିକଟରେ ଗୋଟିଏ ଇଣ୍ଟରଭ୍ୟୁରେ ବିରାଟ କହିଛନ୍ତି, ଏତେ ଖରାପ ପ୍ରଦର୍ଶନ ପରେ ଆମେ ପଏଣ୍ଟ ଟେବୁଲ୍‌ରେ ଯେଉଁଠି ରହିଛେ, ସେଠାରେ ରହିବାକୁ ଯୋଗ୍ୟ ।

ମ୍ୟାଚ ପରେ ବିରାଟ କହିଥିଲେ, ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଆମେ ଶେଷ ଚାରି ଓଭରରେ ଖୁବ୍ ଖରାପ ପ୍ରଦର୍ଶନ କରିଛୁ । ଆମକୁ ଆହୁରି ସଚେତନତାର ସହ ବୋଲିଂ କରିବାର ଥିଲା । ଆମେ ଚାପରେ ଖେଳିଥିଲୁ ।

ସେ ଆହୁରି ମଧ୍ୟ କହିଥିଲେ, ସାହସ ଏବଂ ଉପଯୁକ୍ତ ବୁଦ୍ଧିର ବ୍ୟବହାର ନକରାଗଲେ ରସେଲଙ୍କ ଭଳି ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିବା କଷ୍ଟକର ନିଶ୍ଚୟ । ଆମେ ଆଗକୁ ଯାଇ ନିଜ ବୋଲିଂକୁ ଅଧିକ ସୁଦୃଢ କରିବାକୁ ଚେଷ୍ଟା କରିବୁ ।

ଏଠାରେ ସୂଚନାଯୋଗ୍ୟ,ଗତ ମ୍ୟାଚରେ ପ୍ରଥମେ ବ୍ୟାଟିଙ୍ଗ୍ କରି ଆରସିବି 205 ରନ୍ ସଂଗ୍ରହ କରିଥିଲା । କିନ୍ତୁ ରସେଲଙ୍କ ଧୁଆଁଧାର ବ୍ୟାଟିଙ୍ଗ କାରଣରୁ କୋଲକତା ଶେଷ 24ଟି ବଲ୍‌ରେ 66 ରନ୍ କରି ବିଜୟ ହାସଲ କରିଥିଲା ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.