ETV Bharat / sports

କୋହଲିଙ୍କ ଖୁଲାସା, ପାକିସ୍ତାନ ବିପକ୍ଷ ଏହି ଇଂନିସ ବଦଳାଇ ଦେଇଥିଲା କ୍ୟାରିୟର

author img

By

Published : May 31, 2020, 2:10 PM IST

ଢାକାରେ 2012 ଏସିଆ କପର ପାକିସ୍ତାନ ବିପକ୍ଷ 183 ରନ ଇଂନିସ କ୍ରିକେଟର କ୍ୟାରିୟରକୁ ବଦଳାଇଥିବା କହିଛନ୍ତି ବିରାଟ କୋହଲି । ଅଧିକ ପଢନ୍ତୁ...

Kohli reveals the  knock against pakistan that was 'game-changer' for his career
କୋହଲିଙ୍କ ଖୁଲାସା, ପାକିସ୍ତାନ ବିପକ୍ଷ ଏହି ଇଂନିସ ବଦଳାଇ ଦେଇଥିଲା କ୍ୟାରିୟର

ନୂଆଦିଲ୍ଲୀ: ଭାରତ ବନାମ ପାକିସ୍ତାନ କ୍ରିକେଟ ମ୍ୟାଚ ସର୍ବଦା ରୋମାଞ୍ଚକର ହୋଇଥାଏ । ତେବେ ପାକିସ୍ତାନ ବିପକ୍ଷ ଏକ ମ୍ୟାଚ ନିଜର କ୍ୟାରିୟର ବଦଳାଇ ଦେଇଥିବା ଖୁଲାସା କରିଛନ୍ତି ବର୍ତ୍ତମାନର ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି । ଅବସର ଥିଲା 2012 ଏସିଆ କପର । ବାଂଲାଦେଶର ଢାକାରେ ଏସିଆ କପର ଗ୍ରୁପ ପର୍ଯାୟର ଏକ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ।

ପ୍ରଥମ ବ୍ୟାଟିଂ କରି ପାକିସ୍ତାନ 50 ଓଭରରେ 329/6 ରନର ବିଶାଳ ସ୍କୋର ଭାରତ ସାମ୍ନାରେ ରଖିଥିଲା । ପାକିସ୍ତାନର ଦୁଇ ଓପନର ନାସିର ଜାମସେଦ ଓ ମହମ୍ମଦ ହାଫିଜଙ୍କ ମଧ୍ୟରେ 224 ରନର ପାର୍ଟନରସିପ ହୋଇଥିଲା । ଭାରତ ବିପକ୍ଷରେ ଏହା ପାକିସ୍ତାନର ସର୍ବାଧିକ ଓ ରେକର୍ଡ ପାର୍ଟନରସିପ ଥିଲା । ତେବେ ଏହାପରେ 330 ରନର ବିଜୟ ଲକ୍ଷ୍ୟକୁ ପିଛାକରି ଟିମ ଇଣ୍ଡିଆ ଇଂନିସ ଆରମ୍ଭ ହୋଇଥିଲା । 47.7 ଓଭରରେ ମାତ୍ର 4 ୱିକେଟ ହରାଇ ସଫଳତାର ସହ ବିଜୟ ଲକ୍ଷ୍ୟ ହାସଲ କରିଥିଲା । ସେହି ସମୟରେ ଏହା ମଧ୍ୟ ଭାରତର ସର୍ବାଧିକ ସଫଳତମ ରନ ଚେଜ୍ ରହିଥିଲା ।

ଭାରତର ବିଜୟରେ ପ୍ରମୁଖ ଭୁମିକା ନିଭାଇଥିଲେ ବିରାଟ କୋହଲି । 183 ରନର ଅବିଶ୍ବସନୀୟ ଦମଦାର ଇଂନିସ ଖେଳି ଭାରତକୁ ବିଜୟ ଭେଟିଦେଇଥିଲେ ବିରାଟ । ଏଥିସହିତ ଦିନିକିଆ କ୍ୟାରିୟରରେ ସର୍ବଶ୍ରେଷ୍ଠ ସ୍କୋରର ଅଧିକାରୀ ମଧ୍ୟ ହୋଇଥିଲେ । ପାକିସ୍ତାନ ବିପକ୍ଷର ଦିନିକିଆ ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ସର୍ବାଧିକ ବ୍ୟକ୍ତିଗତ ସ୍କୋର ର ମଧ୍ୟ ଅଧିକାରୀ ହୋଇଥିଲେ ବିରାଟ କୋହଲି ।

ଏହି ଇଂନିସକୁ କ୍ରିକେଟ କ୍ୟାରିୟରର 'ଗେମ ଚେଞ୍ଜର' ବୋଲି କହିଛନ୍ତି କୋହଲି । ସ୍ପିନର ରବିଚନ୍ଦ୍ରନ ଅଶ୍ବିନଙ୍କ ସହ ଅନଲାଇନ ଭିଡିଓ ଚାଟ୍ ରେ ଏନେଇ ଖୁଲାସା କରିଛନ୍ତି କୋହଲି । ଏହାର କାରଣ ମଧ୍ୟ ଦର୍ଶାଇଛନ୍ତି କୋହଲି । ତତ୍କାଳୀନ ପାକିସ୍ତାନ ବୋଲିଂ ବିଭାଗ ବିଶ୍ବର ଅନ୍ୟତମ ଶ୍ରେଷ୍ଠ ବୋଲିଂ ଆଟାକ ରହିଥିଲା । ସାହିଦ ଆଫ୍ରିଦୀ, ସଇଦ ଆଜମଲ, ଉମର ଗୁଲ, ଏଜାଜ ଚିମା ଓ ହାଫିଜଙ୍କ ପରି ବୋଲରଙ୍କୁ ସାମ୍ନା କରିବାକୁ ପଡିଥିଲା ବୋଲି କୋହଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.