ETV Bharat / sports

ଭାରତୀୟ କ୍ରିକେଟରଙ୍କ ପ୍ରଶଂସାରେ ପାକିସ୍ତାନ କ୍ରିକେଟର - ଭାରତୀୟ କ୍ରିକେଟର ପ୍ରଶଂସା ନ୍ୟୁଜ

ପାକିସ୍ତାନରୁ ଶୁଭିଲା ଭାରତୀୟ କ୍ରିକେଟରଙ୍କ ପ୍ରଶଂସା । ପାକିସ୍ତାନର ପୂର୍ବତନ ମହାନ କ୍ରିକେଟର ଜାହୀର ଆବାସ ଏକାଧିକ ଭାରତୀୟ କ୍ରିକେଟର ଓ ବୋର୍ଡର ପ୍ରଶଂସାରେ ଶତମୁଖ ହୋଇଛନ୍ତି । ଅଧିକ ପଢନ୍ତୁ...

watching Rohit bat is satisfying
ଭାରତୀୟ କ୍ରିକେଟର ପ୍ରଂଶସା
author img

By

Published : Jan 14, 2020, 10:11 AM IST

ଲାହୋର: ପାକିସ୍ତାନରୁ ଶୁଭିଲା ଭାରତୀୟ କ୍ରିକେଟରଙ୍କ ପ୍ରଶଂସା । ପାକିସ୍ତାନର ପୂର୍ବତନ ମହାନ କ୍ରିକେଟର ଜାହୀର ଆବାସ ଏକାଧିକ ଭାରତୀୟ କ୍ରିକେଟର ଓ ବୋର୍ଡର ପ୍ରଶଂସାରେ ଶତମୁଖ ହୋଇଛନ୍ତି । ଆବାସ କହିଛନ୍ତି ବିଶ୍ବ କ୍ରିକେଟର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବିରାଟ କୋହଲି । ମାତ୍ର ରୋହିତ ଶର୍ମାଙ୍କ ତାଙ୍କ ପସନ୍ଦର ଖେଳାଳି । ରୋହିତ ଖେଳୁଥିଲେ, ସେ ଟିଭି ପାଖରୁ ଦୂରକୁ ଯାଇପାରନ୍ତିନି । ରୋହିତଙ୍କ ସଟ୍‌ ବେଶ ଆକର୍ଷଣୀୟ ହୋଇଥାଏ । ସେଥିପାଇଁ ବିରାଟଙ୍କ ଠାରୁ ରୋହିତଙ୍କ ଖେଳ ଦେଖିବାକୁ ସେ ବେଶୀ ପସନ୍ଦ କରନ୍ତି । ରୋହିତଙ୍କ ବ୍ୟାଟିଂ ଆତ୍ମସନ୍ତୋଷ ପ୍ରଦାନ କରିଥାଏ ବୋଲି ଜାହିର ଆବାସ କହିଛନ୍ତି ।

କୋହଲି ଭାରତୀୟ କ୍ରିକେଟର ବ୍ୟାଟିଂ ମେରୁଦଣ୍ଡ । ପୂର୍ବରୁ ସୁନୀଲ ଗାଭାସ୍କର ନିଜର ପ୍ରଦର୍ଶନରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରୁଥିଲେ । ପରେ ସଚିନ ତେନ୍ଦୁଲକର ଓ ଏବେ ବିରାଟ କୋହଲି-ରୋହିତ ଶର୍ମା ତାଙ୍କ ସ୍ଥାନ ନେଇଥିବା ଆବାସ କହିଛନ୍ତି । ତେବେ ଭାରତୀୟ କ୍ରିକେଟ ଓ ପକିସ୍ତାନ କ୍ରିକେଟ ପରିଚାଳନା ନେଇ ମଧ୍ୟ ବଡ ବୟାନ ଦେଇଛନ୍ତି ଏହି ମହାନ କ୍ରିକେଟର ।

ଭାରତୀୟ କ୍ରିକେଟ ବୋର୍ଡ ଏକ ଧନୀ ବୋର୍ଡ । ତେବେ ବୋର୍ଡ, ଅର୍ଥକୁ ସଠିକ ଯାଗାରେ ବିନିଯୋଗ କରୁଛି । ଘରୋଇ କ୍ରିକେଟ ଉପରେ ଅଧିକ ଧ୍ୟାନ ସହ ଅଧିକ ସଂଖ୍ୟକ ଦକ୍ଷ ଖେଳାଳିଙ୍କୁ ଚୟନ କରାଯାଉଛି । ଭାରତରେ କ୍ରିକେଟ ଲୋକପ୍ରିୟ । ଏହାକୁ ଦୃଷ୍ଟିରେ ରଖି ବୋର୍ଡ ରାଜନୀତିଠୁ ଦୂରରେ ରହି କ୍ରିକେଟର ଉନ୍ନତି ଦିଗରେ କାର୍ଯ୍ୟ କରୁଛି । ମାତ୍ର ପାକିସ୍ତାନ କ୍ରିକେଟ ବୋର୍ଡରେ ସଂପୁର୍ଣ୍ଣ ଓଲଟା । ବୋର୍ଡରେ କ୍ରିକେଟର ଉନ୍ନତି କମ ରାଜନୀତି ବେଶୀ ବୋଲି କଟାକ୍ଷ କରିଛନ୍ତି ଆବାସ ।

Intro:Body:

dd

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.