ଶାରଜାହ: ପୁଣି ଥରେ ସନ୍ଦିପ ଶର୍ମାଙ୍କ ଶିକାର ହୋଇଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) କ୍ୟାପଟେନ ବିରାଟ କୋହଲି । ଶନିବାର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ସନ୍ଦିପଙ୍କ ବଲରେ ଆଉଟ ହୋଇଥିଲେ କୋହଲି ।
ଏହାକୁ ମିଶାଇ ଆଇପିଏଲରେ ମୋଟ 7ଥର କୋହଲିଙ୍କୁ ଆଉଟ କରିସାରିଲେଣି ସନ୍ଦିପ ।
ସନ୍ଦିପଙ୍କ ବିପକ୍ଷରେ 12ଟି ଇଂନିସରୁ କୋହଲି 139 ଷ୍ଟ୍ରାଇକ ରେଟରେ ମାତ୍ର 68 ରନ କରିପାରିଛନ୍ତି ।
ହାଇଦ୍ରାବାଗଦ ବିପକ୍ଷ ମ୍ୟାଚରେ କୋହଲି 7 ବଲରୁ ମାତ୍ର 7 ରନ କରି ଆଉଟ ହୋଇଥିଲେ । ଏହା ପୂର୍ବରୁ ଭାରତୀୟ ଟି-20 ଟୁର୍ଣ୍ଣାମେଣ୍ଟରେ ମହେନ୍ଦ୍ର ସିଂ ଧୋନି ଜାହିର ଖାନଙ୍କ ଦ୍ବାରା 7ଥର ଆଉଟ ହୋଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ