ETV Bharat / sports

ଆଇସିସି ଟେଷ୍ଟ ରାକିଂ: ଦ୍ବିତୀୟରେ କୋହଲି, ଶୀର୍ଷ 10ରେ ପୂଜାରା-ରାହାଣେ

author img

By

Published : Dec 15, 2020, 7:56 PM IST

ଆଇସିସି ଟେଷ୍ଟ ବ୍ୟାଟ୍ସମ୍ୟାନ ରାକିଂରେ ଗୋଟିଏ ସ୍ଥାନ ଉପରକୁ ଉଠିଲେ ଭାରତୀୟ କ୍ୟାପଟେନ ବିରାଟ କୋହଲି । ଅଧିକ ପଢନ୍ତୁ...

Kohli climbs to 2nd spot; Pujara, Rahane also feature in top-10 in ICC Test ranking for batsmen
ଆଇସିସି ଟେଷ୍ଟ ରାକିଂ: ଦ୍ବିତୀୟରେ କୋହଲି, ଶୀର୍ଷ 10ରେ ପୂଜାରା-ରାହାଣେ

ଦୁବାଇ: ଆଇସିସି ଟେଷ୍ଟ ବ୍ୟାଟ୍ସମ୍ୟାନ ରାକିଂରେ ଗୋଟିଏ ସ୍ଥାନ ଉପରକୁ ଉଠିଲେ ଭାରତୀୟ କ୍ୟାପଟେନ ବିରାଟ କୋହଲି । ଆଇସିସି ପକ୍ଷରୁ ସଦସ୍ୟ ପ୍ରକାଶିତ ତାଲିକାରେ କୋହଲି 886 ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି ।

Kohli climbs to 2nd spot; Pujara, Rahane also feature in top-10 in ICC Test ranking for batsmen
ଚେତେଶ୍ବର ପୂଜାରା

ଅନ୍ୟପଟେ ଶୀର୍ଷ 10 ସ୍ଥାନ ମଧ୍ୟରେ ଚେତେଶ୍ବର ପୂଜାରା ଓ ଟେଷ୍ଟ ଭାଇସ-କ୍ୟାପଟେନ ଅଜିଙ୍କ୍ୟ ରାହାଣେ ସ୍ଥାନ ପାଇଛନ୍ତି । ଫଳରେ ବ୍ୟାଟ୍ସମ୍ୟାନ ତାଲିକାରେ କୋହଲିଙ୍କ ସହ ଶୀର୍ଷ 10 ସ୍ଥାନ ମଧ୍ୟରେ ଭାରତର 3ଜଣ ଭାରତୀୟ ରହିଛନ୍ତି । ଅଷ୍ଟ୍ରେଲିଆ କ୍ୟାପଟେନ ଷ୍ଟିଭ ସ୍ମିଥ 911 ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛନ୍ତି ।

ନ୍ୟୁଜିଲାଣ୍ଡ କ୍ୟାପଟେନ କେନ ୱିଲିୟମସନ ଗୋଟିଏ ସ୍ଥାନ ତଳକୁ ଖସି 877 ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛନ୍ତି ।

827 ପଏଣ୍ଟ ସହ ମାର୍ନସ ଲବୁସାନ 4ର୍ଥ, ପାକିସ୍ତାନର ବାବାର ଆଜମ 797 ପଏଣ୍ଟ ସହ 5ମ ଓ ଅଷ୍ଟ୍ରଲୀୟ ଓପନର ଡେଭିଡ ୱାର୍ଣ୍ଣର 793 ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହିଛନ୍ତି ।

ଚେତେଶ୍ବର ପୂଜାରା 766 ପଏଣ୍ଟ ସହ ସପ୍ତମ, ବେନ ଷ୍ଟୋକ୍ସ ଅଷ୍ଟମ(760 ପଏଣ୍ଟ), ଜୋ ରୁଟ ନବମ (738 ପଏଣ୍ଟ) ଓ ଅଜିଙ୍କ୍ୟ ରାହାଣେ 726 ପଏଣ୍ଟ ସହ 10 ସ୍ଥାନରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.