ETV Bharat / sports

ମତଦାନରୁ ବଞ୍ଚିତ ହେଲେ କୋହଲି ! - kohli

ମୁମ୍ବାଇ ଠିକଣାରେ ଆସିଲାନି ଭୋଟର କାର୍ଡ । ଏଥର ମତଦାନରୁ ବଞ୍ଚିତ ହେବେ ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ ବିରାଟ କୋହଲି ।

ଫଟୋ ସୌଜନ୍ଯ: ସୋସିଆଲ ମିଡିଆ
author img

By

Published : Apr 28, 2019, 2:14 PM IST

ହାଇଦ୍ରାବାଦ୍‌: ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ ବିରାଟ କୋହଲି ଦେଶ ପାଇଁ ଥିବା କର୍ତ୍ତବ୍ୟ ସମ୍ଭବତଃ ସମ୍ପନ୍ନ କରିପାରିବେ ନାହିଁ । କାରଣ ବିରାଟ ନିଜର ମୁମ୍ବାଇସ୍ଥିତ ନିବାସ ଠିକଣାରୁ ଭୋଟର କାର୍ଡ ତିଆରି କରିବାରୁ ବଞ୍ଚିତ ଅଛନ୍ତି । ଫଳରେ ତାଙ୍କର ନାଁ ଭୋଟିଂ ଲିଷ୍ଟରେ ଆସି ନାହିଁ ।

ସୂଚନାମୁତାବକ, ସେ ମୁମ୍ବାଇରୁ ଭୋଟର କାର୍ଡ ବନେଇବା ପାଇଁ ଅନ୍‌ଲାଇଲ୍‌ ଆବେଦନ କରିଥିଲେ । ମାତ୍ର ସେତେବେଳକୁ ଅନ୍‌ଲାଇନ୍‌ରେ ଆବେଦନ ତାରିଖର ସମୟସୀମା ସମାପ୍ତ ହୋଇ ସାରିଥିଲା । ତେବେ ଭୋଟର କାର୍ଡ ଆବେଦନର ଅନ୍ତିମ ତାରିଖ 30ମାର୍ଚ୍ଚ ଥିଲା । ତେବେ ଏନେଇ ବିରାଟ ତାଙ୍କ ନାଁ ଭୋଟର ଲିଷ୍ଟରେ ଅନ୍ତର୍ଭୁକ୍ତ କରିବା ପାଇଁ ନିର୍ବାଚନ ଆୟୋଗ ସହ ସଂପର୍କ କରିଥିଲେ, କିନ୍ତୁ ସେ ଡେଡ୍ ଲାଇନ୍‌ ମିସ୍‌ କରିଥିବା କହିଛନ୍ତି ନିର୍ବାଚନ ଆୟୋଗ ।

ତେଣୁ ସେ 2019 ଲୋକସଭା ନିର୍ବାଚନରେ ନିଜ ମତଦାନ ଦେଇପାରିବେ ନାହିଁ । ମୁମ୍ବାଇରେ 29ଏପ୍ରିଲ୍‌ରେ ମତଦାନ ହେବ । ଯଦି ସମ୍ଭବଃ ହୁଏ କୋହଲି 12ମେରେ ଦିଲ୍ଲୀ ଠିକଣାରୁ ମତଦାନ କରିପାରନ୍ତି ।

ସୂଚନାଥାଉକି, ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2019 ନିର୍ବାଚନ ଆରମ୍ଭ ହେବାର କିଛି ଦିନ ପୂର୍ବରୁ ଟିମ୍‌ ଇଣ୍ଡିଆର 3ଜଣ ଖେଳାଳୀଙ୍କୁ ଖାସ୍‌ କରି ମତଦାନ ଦେବା ପାଇଁ ଅପିଲ୍‌ କରିଥିଲେ । ସେହି ଖେଳାଳୀମାନେ ହେଲେ କୋହଲି, ଧୋନି, ରୋହିତ ଶର୍ମା ।

Intro:Body:Conclusion:

For All Latest Updates

TAGGED:

kohlivote
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.