ETV Bharat / sports

କୋହଲି 'SENA' ଦେଶରେ ଟି-୨୦ ସିରିଜ ଜିତିବାରେ ପ୍ରଥମ ଭାରତୀୟ ଅଧିନାୟକ

author img

By

Published : Dec 7, 2020, 4:31 PM IST

ପ୍ରଥମ ଭାରତୀୟ କ୍ୟାପଟେନ ଭାବେ କୋହଲି, ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆରେ ଟି-20 ସିରିଜ ବିଜୟୀ ହୋଇଛନ୍ତି । ଅଧିକ ପଢନ୍ତୁ...

Kohli becomes 1st Indian skipper to win T20I series in SENA countries
କୋହଲି 'SENA' ଦେଶରେ ଟି-୨୦ ସିରିଜ ଜିତିବାରେ ପ୍ରଥମ ଭାରତୀୟ ଅଧିନାୟକ

ସିଡନି: ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି ଏକ ନିଆରା ରେକର୍ଡର ଅଧିକାରୀ ହୋଇଛନ୍ତି । ପ୍ରଥମ ଭାରତୀୟ କ୍ୟାପଟେନ ଭାବେ କୋହଲି, ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆରେ ଟି-20 ସିରିଜ ବିଜୟୀ ହୋଇଛନ୍ତି ।

ରବିବାର ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଟି-20ରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ 195 ରନର ବିଜୟ ଲକ୍ଷ୍ୟକୁ ସହଜରେ ହାସଲ କରିନେଇଥିଲା ଭ୍ରମଣକାରୀ ଭାରତ ।

ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ବରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକାରେ ସିରିଜ ବିଜୟୀ ହେଇଥିଲା । ମାତ୍ର ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡରେ ବିଜୟୀ ହୋଇପାରିନଥିଲା ।

ଅଷ୍ଟ୍ରେଲିଆ ମାଟିରେ କ୍ରିକେଟର ସମସ୍ତ ଫର୍ମାଟରେ ମଧ୍ୟ ବିରାଟ କୋହଲି ଏକମାତ୍ର ଅନ୍ତର୍ଜାତୀୟ କ୍ୟାପଟେନ ଭାବେ ସିରିଜ(ଗୋଟିଏରୁ ଅଧିକ ମ୍ୟାଚ)ବିଜୟୀ କ୍ୟାପଟେନ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.