ETV Bharat / sports

4ର୍ଥ ଟେଷ୍ଟ ପୂର୍ବରୁ ବିରାଟ ବାହିନୀର ଜୋରଦାର ଅଭ୍ୟାସ - 4ର୍ଥ ଟେଷ୍ଟ ବିଜୟ

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର 4ର୍ଥ ତଥା ଶେଷ ଟେଷ୍ଟ ପାଇଁ ଟିମ ଇଣ୍ଡିଆର ଜୋରଦାର ଅଭ୍ୟାସ । ଅଧିକ ପଢନ୍ତୁ...

Kohli & Co. sweat it out at nets ahead of fourth Test against England
4ର୍ଥ ଟେଷ୍ଟ ପୂର୍ବରୁ ବିରାଟ ବାହିନୀର ଜୋରଦାର ଅଭ୍ୟାସ
author img

By

Published : Mar 1, 2021, 6:14 PM IST

ଅହମ୍ମଦାବାଦ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର 4ର୍ଥ ତଥା ଶେଷ ଟେଷ୍ଟ ପାଇଁ ଟିମ ଇଣ୍ଡିଆର ଜୋରଦାର ଅଭ୍ୟାସ । ମାର୍ଚ୍ଚ 4, ଗୁରୁବାର ଠାରୁ ଶେଷ ଟେଷ୍ଟ ଆରମ୍ଭ ହେବ ।

ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତୀୟ ଟିମ ରବିବାର ଅପରାହ୍ନ 2ଟାରୁ 5ଟା ପର୍ଯ୍ୟନ୍ତ ଅଭ୍ୟାସ କରିଥିଲା । ସଂପୂର୍ଣ୍ଣ ଟିମ ଏହି ଅଭ୍ୟାସ ସେସନରେ ଭାଗ ନେଇଥିଲା । ସୋମବାର କ୍ୟାପଟେନ ବିରାଟ କୋହଲି, ରୋହିତ ଶର୍ମା ଓ ଅଜିଙ୍କ୍ୟ ରାହାଣେଙ୍କୁ ନେଟ୍‌ସରେ ବ୍ୟାଟିଂ କରୁଥିବାର ଦେଖିବାରୁ ମିଳିଛି । ବିସିସିଆଇ ପକ୍ଷରୁ ଅଭ୍ୟାସ ସମୟର ଏକ ଭିଡିଓ ମଧ୍ୟ ସେୟାର କରାଯାଇଛି ।

ମୁଖ୍ୟ କୋଚ ରବି ଶାସ୍ତ୍ରୀ, ରୋହିତ ଓ କୋହଲି ଏକତ୍ର ଗୁରୁତ୍ବପୂର୍ଣ୍ଣ ଆଲୋଚନା କରୁଥିବା ମଧ୍ୟ ଦେଖାଯାଇଥିଲା ।

ତୃତୀୟ ଟେଷ୍ଟର ହିରୋ ଅକ୍ଷର ପଟେଲ ମଧ୍ୟ ଶେଷ ଟେଷ୍ଟରେ ପୁନଃ ଘାତକ ବୋଲିଂ ଲକ୍ଷ୍ୟରେ ଜୋରଦାର ଅଭ୍ୟାସ କରିଛନ୍ତି ।

ଚେନ୍ନାଇରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ 227 ରନରେ ପରାସ୍ତ ହେବାପରେ, ଦ୍ବିତୀୟ ଟେଷ୍ଟରେ 317 ରନର ବଡ ବ୍ୟବଧାନରେ ବିଜୟୀ ହୋଇଥିଲା ବିରାଟ ବାହିନୀ । ପରେ ଆହ୍ବାନପୂର୍ଣ୍ଣ ମୋଟେରା ଟ୍ରାକ୍‌ରେ ଜୋ ରୁଟ୍‌ଙ୍କ ଟିମ ଭାରତୀୟ ସ୍ପିନରଙ୍କ ଆଗରେ ଆତ୍ମସମର୍ପଣ କରିଥିଲେ । ଫଳରେ ଦୁଇ ଦିନ ମଧ୍ୟରେ ପିଙ୍କ୍‌ ବଲ ଟେଷ୍ଟକୁ ଜିତିନେଇଥିଲା ଘରୋଇ ଦଳ । 4 ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ 2-1ରେ ଆଗୁଆ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.