ETV Bharat / sports

ଗୋଟିଏ ଦଶନ୍ଧିରେ 20ହଜାର ରନ କରିବାରେ ପ୍ରଥମ ଖେଳାଳି 'ବିରାଟ'

ଗୋଟିଏ ଦଶନ୍ଧିରେ 20ହଜାର ରନ ହାସଲ କରିବାରେ ବିରାଟ ବିଶ୍ବର ପ୍ରଥମ ବ୍ୟାଟ୍ସମ୍ୟାନ ବନିଯାଇଛନ୍ତି । ପୂର୍ବତନ ଅଷ୍ଟ୍ରେଲିଆ କ୍ୟାପଟେନ ରିକି ପଏଣ୍ଟିଂଙ୍କୁ ପଛରେ ପକାଇ ବିରାଟ ଚଳିତ ଦଶନ୍ଧିରେ 20,018 କରିଛନ୍ତି । ପଏଣ୍ଟିଂ ଗୋଟିଏ ଦଶନ୍ଧିରେ 18,962 ରନ କରିଥିଲେ ।

ଡିଜାଇନ ଫଟୋ
author img

By

Published : Aug 15, 2019, 6:04 PM IST

ହାଇଦ୍ରାବାଦ: ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲିଙ୍କ ନାଁ ରେ ରହିଛି ଅନେକ ରେକର୍ଡ । ଆଇସିସି ଦିନିକିଆ ମାନ୍ୟତାର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବିରାଟ । ତେବେ ଗୋଟିଏ ଦଶନ୍ଧିରେ 20ହଜାର ରନ ହାସଲ କରିବାରେ ବିରାଟ ବିଶ୍ବର ପ୍ରଥମ ବ୍ୟାଟ୍ସମ୍ୟାନ ବନିଯାଇଛନ୍ତି ।

20K international runs
ଡିଜାଇନ ଫଟୋ

କୋହଲି କ୍ରିକେଟର ସବୁ ଫର୍ମାଟରେ ଏବେ ସୁଦ୍ଧା ମୋଟ 20,502 ଅନ୍ତଜାର୍ତିୟ ରନ କରିସାରିଲେଣି । ସେଥିମଧ୍ୟରୁ ଚଳିତ ଦଶନ୍ଧିରେ 20,018 କରିଛନ୍ତି । ପୂର୍ବରୁ ଏହି ରେକର୍ଡ ପୂର୍ବତନ ଅଷ୍ଟ୍ରେଲିଆ କ୍ୟାପଟେନ ରିକି ପଏଣ୍ଟିଂଙ୍କ ନାମରେ ରହିଥିଲା । ପଏଣ୍ଟିଂ ଗୋଟିଏ ଦଶନ୍ଧିରେ 18,962 ରନ କରିଥିଲେ । ଏହି ତାଲିକାରେ ପୂର୍ବତନ ଦକ୍ଷିଣ ଆଫ୍ରିକା ଅଲରାଉଣ୍ଡର ଜ୍ୟାକ କାଲିସ 3ୟ ସ୍ଥାନରେ ରହିଛନ୍ତି । କାଲିସ ଗୋଟିଏ ଦଶନ୍ଧିରେ 16,777 ରନ କରିଥିଲେ ।

20K international runs
ଡିଜାଇନ ଫଟୋ

ପୂର୍ବତନ ଶ୍ରୀଲଙ୍କା କ୍ରିକେଟର ମାହେଲା ଜୟବର୍ଦ୍ଧନେ ଓ କୁମାର ସାଙ୍ଗାକାରା ଏହି ତାଲିକାର 4ର୍ଥ ଓ 5ମ ସ୍ଥାନରେ ରହିଛନ୍ତି । ଜୟବର୍ଦ୍ଧନେଙ୍କ ନାମରେ 16,304 ରହିଥିବା ବେଳେ, ସାଙ୍ଗାକାରାଙ୍କ ନାମରେ ରହିଛି 15,999 ରନ ।
ମାଷ୍ଟର ବ୍ଳାଷ୍ଟର ସଚିନ ତେନ୍ଦୁଲକର ଏହି ତାଲିକାର ଷଷ୍ଠ ସ୍ଥାନରେ ରହିଛନ୍ତି । ସଚିନଙ୍କ ନାମରେ ରହିଛି 15,962 ରନ ।
ୱେଷ୍ଟଇଣ୍ଡିଜ ବିପକ୍ଷରେ କୋହଲି ଅପରାଜିତ 114 ରନର ପାଳି ଖେଳିବା ସହ, ଗୋଟିଏ ଦଶନ୍ଧିରେ 20,000 ଅନ୍ତଜାର୍ତିୟ ରନ ପୁରା କରିଛନ୍ତି । 2008ରେ କୋହଲି ଭାରତୀୟ ଦଳରେ ଦିନିକିଆ ଡେବ୍ୟୁ କରିଥିଲେ । ପରେ 2010ରେ ଟେଷ୍ଟ ଓ ଟି-20ରେ ଖେଳିଥିଲେ । 30ବର୍ଷିୟ କୋହଲି ଦିନିକିଆରେ 43ଟି ଶତକ ହାସଲ କରିସାରିଲେଣି । ଏଥିସହିତ ଦିନିକିଆ କ୍ରିକେଟରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ସର୍ବାଧିକ ରନ କରିବା ଖେଳାଳି ହୋଇଛନ୍ତି ବିରାଟ କୋହଲି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.