ETV Bharat / sports

KXIP VS CSK: ରାହୁଲ ଦମଦାର, ପଞ୍ଜାବ 178/4 - ଚେନ୍ନାଇ ସୁପର କିଙ୍ଗ୍ସvs କିଙ୍ଗ୍ସ ଇଲେଭେନ ପଞ୍ଜାବ

ନିର୍ଧାରିତ 20 ଓଭରରେ 4ୱିକେଟରେ ହରାଇ 178 ରନ ସଂଗ୍ରହ କରିଛି କିଙ୍ଗ୍ସ ଇଲେଭେନ ପଞ୍ଜାବ । ଫଳରେ ଚେନ୍ନାଇ ସାମ୍ନାରେ 179 ରନର ବିଜୟ ଲକ୍ଷ୍ୟ ରହିଛି ।

KXIP VS CSK: KL Rahul shines as Punjab post 178/4
KXIP VS CSK: ରାହୁଲ ଦମଦାର, ପଞ୍ଜାବ 178/4
author img

By

Published : Oct 4, 2020, 9:58 PM IST

ଦୁବାଇ: ଆଇପିଏଲ 2020ର 18ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଓ କିଙ୍ଗ୍ସ ଇଲେଭେନ ପଞ୍ଜାବ ମଧ୍ୟରେ ମୁକାବିଲା ହେଉଛି । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲେ ପଞ୍ଜାବ କ୍ୟାପଟେନ କେଏଲ ରାହୁଲ । ପରେ ନିର୍ଧାରିତ 20 ଓଭରରେ 4ୱିକେଟରେ ହରାଇ 178 ରନ ସଂଗ୍ରହ କରିଛି କିଙ୍ଗ୍ସ ଇଲେଭେନ ପଞ୍ଜାବ । ଫଳରେ ଚେନ୍ନାଇ ସାମ୍ନାରେ 179 ରନର ବିଜୟ ଲକ୍ଷ୍ୟ ରହିଛି ।

ପଞ୍ଜାବ ପକ୍ଷରୁ ପୁଣି ଚମକିଛନ୍ତି କ୍ୟାପଟେନ ରାହୁଲ । ଦଳ ପକ୍ଷରୁ 52 ବଲରୁ 7 ଚୌକା ଓ ଗୋଟିଏ ଛକା ସହାୟତାରେ ସର୍ବାଧିକ 63 ରନର ଇଂନିସ ଖେଳିଛନ୍ତି । ନିକୋଲାସ ପୁରୋନ 17 ବଲରୁ 3 ଛକା ଓ ଗୋଟିଏ ଚୌକା ସହାୟତାରେ ଦ୍ରୁତ 33, ମନ୍ଦୀପ ସିଂ 27, ମୟଙ୍କ ଅଗ୍ରୱାଲ 26 ରନର ଇଂନିସ ଖେଳିଛନ୍ତି ।

ଚେନ୍ନାଇ ପକ୍ଷରୁ ଶାର୍ଦ୍ଦୁଳ ଠାକୁର ସର୍ବାଧିକ ଦୁଇଟ ୱିକେଟ ହାତେଇଥିବାବେଳେ, ଜାଡେଜା ଓ ଚାୱଲା ଗୋଟିଏ ଲେଖାଏଁ ୱିକେଟ ହାସଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.