ETV Bharat / sports

ଆଇପିଏଲ 2020: ରାହୁଲ ତ୍ରିପାଠୀଙ୍କ ହିଟ, ଚେନ୍ନାଇ ଆଗରେ 168 ରନର ଟାର୍ଗେଟ

author img

By

Published : Oct 7, 2020, 9:54 PM IST

କୋଲକାତା ନାଇଟ୍ ରାଇଡର୍ସ ଚେନ୍ନାଇ ସୁପର କିଙ୍ଗ୍ସକୁ 168 ରନ୍ ଟାର୍ଗେଟ ଦେଇଛି । କୋଲକାତା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ।

ଆଇପିଏଲ 2020: ରାହୁଲ ତ୍ରିପାଠୀଙ୍କ ହିଟ, ଚେନ୍ନାଇ ଆଗରେ 168ରନର ଟାର୍ଗେଟ

ଆବୁଧାବି: ସ୍ଥାନୀୟ ଶେଖ ଜାଏଦ ଷ୍ଟାଡିୟମରେ ଖେଳାଯାଉଥିବା ଆଇପିଏଲ 13 ତମ ସିଜିନର 21 ତମ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ ଚେନ୍ନାଇ ସୁପର କିଙ୍ଗ୍ସକୁ 168 ରନ୍ ଟାର୍ଗେଟ ଦେଇଛି । କୋଲକାତା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଦଳ 20 ଓଭରରେ 9 ୱିକେଟ୍ ପାଇଁ 167 ରନ୍ ସଂଗ୍ରହ କରିଛି ।

ଆଜି ସୁନୀଲ ନାରିନଙ୍କ ସ୍ଥାନରେ ଖେଳିବାକୁ ଆସିଥିବା ରାହୁଲ ତ୍ରିପାଠୀ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ଦଳକୁ ପ୍ରଥମ ଝଟକା ଲାଗିଥିଲା ଶୁଭମାନ ଗିଲଙ୍କ ୱିକେଟ | ସେ 11 ରନ୍ ସ୍କୋର କରି ଶାର୍ଦ୍ଦୁଲ ଠାକୁରଙ୍କ ଶିକାର ହୋଇଥିଲେ ।

ଗିଲଙ୍କ ଆଉଟ ହେବ ପରେ ଗ୍ରାଉଣ୍ଡକୁ ଆସିଥିବା ନୀତୀଶ ରାଣା ମଧ୍ୟ 9 ରନ୍ ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲେ । ସୁନୀଲ ନାରିନ ପୁଣି ଥରେ ଫ୍ଲପ୍ ହୋଇଗଲେ | ସେ ଗୋଟିଏ ଚୌକା ଓ ସମାନ ଛକା ସହାୟତାରେ 17 ରନ୍ ସ୍କୋର କରି କର୍ଣ୍ଣ ଶର୍ମାଙ୍କ ଶିକାର ହୋଇଥିଲେ ।

ଗୋଟିଏ ପାର୍ଶ୍ୱରୁ କ୍ରମାଗତ ୱିକେଟ୍ ପଡୁଥିବା ବେଳେ ରାହୁଲ ତ୍ରିପାଠୀ ଅନ୍ୟ ପାର୍ଶ୍ୱରୁ ଶେଷ ପର୍ଯ୍ୟନ୍ତ ରହିଥିଲେ । ସେ 8 ଟି ଚୌକା ଓ 3 ଛକା ସହାୟତାରେ 51 ବଲରୁ ଏକ ଚମତ୍କାର 81 ସ୍କୋର କରିଥିଲେ । ଇୟନ ମୋର୍ଗାନ 7 ରନ୍, ଆଣ୍ଡ୍ରେ ରସେଲ 2 ରନ୍ ଏବଂ ଅଧିନାୟକ ଦିନେଶ କାର୍ତ୍ତିକ 12 ରନ୍ କରି ପାଭେଲିଅନ ଫେରିଥିଲେ | ଏହା ପରେ କମଲେଶ ନାଗରକୋଟି ଏବଂ ଶିବମ ମାଭି ଖାତା ନ ଖୋଲି ବ୍ରାଭୋଙ୍କୁ ନିଜ ୱିକେଟ୍ ଦେଇଥିଲେ । ସିଏସକେ ପାଇଁ ଶାର୍ଦ୍ଦୁଲ ଠାକୁର, କର୍ଣ୍ଣ ଶର୍ମା ଏବଂ ସାମ କରଣ 2-2 ୱିକେଟ୍ ନେଇଛନ୍ତି ଏବଂ ଡାୱେନ ବ୍ରାଭୋ 3ଟି ୱିକେଟ୍ ନେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.