ଲଣ୍ଡନ: ଆଇପିଏଲ 2020 ଆରମ୍ଭ ପୂର୍ବରୁ କୋଲକାତା ନାଇଟ ରାଇଡର୍ସକୁ ବଡ ଝଟକା । ଆହତ କାରଣରୁ ଆଇପିଏଲର 13ତମ ସଂସ୍କରଣରୁ ବାଦ ପଡିଲେ ଇଂଲଣ୍ଡ କ୍ରିକେଟର ହେରୀ ଗୁରନେ । ବାମହାତୀ ଦ୍ରୁତ ବୋଲର ହେରୀ କାନ୍ଧ ଯନ୍ତ୍ରଣା ଭୋଗିଛନ୍ତି । ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଖେଳୁଥିବା ହେରୀ ଆସନ୍ତା ମାସରେ କାନ୍ଧରେ ଅପେରସନ ହେବ ବୋଲି ଜଣାପଡିଛି । ଏନେଇ ନିଜେ ହେରୀ ଗଣମାଧ୍ୟମକୁ ସୂଚନା ଦେବାସହ, କେକେଆର କ୍ୟାମ୍ପରେ ଯୋଗ ଦେବାକୁ ୟୁଏଇ ଗସ୍ତ କରିବେ ନାହିଁ ବୋଲି କହିଛନ୍ତି ।
ଆଇପିଏଲର ଗତ ସଂସ୍କରଣରେ କେକେଆର ପକ୍ଷରୁ ଖେଳି ସେ 8ଟି ମ୍ୟାଚରୁ 7ଟି ୱିକେଟ ହାସଲ କରିଥିଲେ ।
ହେରୀ ବିଶ୍ବର ଯେ କୌଣସି ଟି-20 ଦଳକୁ ଶକ୍ତିଶାଳୀ କରିପାରନ୍ତି । ସେଥିପାଇଁ ଏହା ଦଳ ପାଇଁ ଚଳିତବର୍ଷ ଏକ ବଡ ଝଟକା ବୋଲି କହିଛନ୍ତି କେକେଆର ମୁଖ୍ୟ କୋଚ ପିଟର ମୋରସ ।
-
Very sad to have been ruled out of @VitalityBlast and @IPL but surgery was sadly the only option. Good luck @trentbridge and @KKRiders 😘 pic.twitter.com/YpyYgarruu
— Harry Gurney (@gurneyhf) August 26, 2020 " class="align-text-top noRightClick twitterSection" data="
">Very sad to have been ruled out of @VitalityBlast and @IPL but surgery was sadly the only option. Good luck @trentbridge and @KKRiders 😘 pic.twitter.com/YpyYgarruu
— Harry Gurney (@gurneyhf) August 26, 2020Very sad to have been ruled out of @VitalityBlast and @IPL but surgery was sadly the only option. Good luck @trentbridge and @KKRiders 😘 pic.twitter.com/YpyYgarruu
— Harry Gurney (@gurneyhf) August 26, 2020
ୟୁଏଇରେ ଆଇପିଏଲ 2020 ସେପ୍ଟେମ୍ବର 19ରୁ ଆରମ୍ଭ ହେବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ