ମୁମ୍ବାଇ: ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଚମତ୍କାର ଶତକ ହାସଲ କଲେ ଯୁବ ଖେଳାଳି ମହମ୍ମଦ ଆଝାରୁଦ୍ଦିନ । କେରଳର ଏହି ଯୁବ ଓପନର ମାତ୍ର ସେ 37 ବଲରେ ଶତକ ହାସଲ କରିଛନ୍ତି ।
କେରଳର ଓପନର ମହମ୍ମଦ ଆଝାରୁଦ୍ଦିନ ମୁମ୍ବାଇ ବିପକ୍ଷ ମ୍ୟାଚରେ ଚମତ୍କାର ବିସ୍ଫୋରକ ଶତକୀୟ ଇନିଂସ ଖେଳିଛନ୍ତି । ଘରୋଇ କ୍ରିକେଟରେ ସବୁଠାରୁ ସଫଳ ଦଳ ତଥା ମୁମ୍ବାଇ ବିପକ୍ଷରେ ସେ ଏହି ଇନିଂସ ଖେଳିଛନ୍ତି । ସେ ମୋଟ 54 ବଲରୁ 137 ରନର ଇନିଂସ ଖେଳିଛନ୍ତି । ତାଙ୍କ ଏହି ଇନିଂସରେ 9 ଚୌକା ଓ 11 ଛକା ସାମିଲ ରହିଛି । ତାଙ୍କର ଏହି ଇନିଂସକୁ ଭାରତର ବହୁ ପୂର୍ବତନ ଖେଳାଳି ପ୍ରଶଂସା କରିଛନ୍ତି ।