ETV Bharat / sports

ଫିଟ୍‌ ଆଉ ଫାଇନ ରହିବାକୁ ଭିଡିଓ ବାର୍ତ୍ତା ଦେଲେ ସଚିନ - ସଚିନ ତେନ୍ଦୁଲକର

ମାଷ୍ଟରବ୍ଲାଷ୍ଟର ସଚିନ ଏକ ଭିଡିଓ ସେୟାର କରି କହିଛନ୍ତି ଯେ, ଦୁଇ ମାସରୁ ଅଧିକ ସମୟ ଧରି ଦେଶରେ ତାଲାବନ୍ଦ ସତ୍ତ୍ବେ ଲୋକମାନେ ହାର ମାନିବା ଉଚିତ୍ ନୁହେଁ ।

keep-moving-and-stay-fit-and-healthy-sachin-shares-skipping-video
ଫିଟ୍‌ ଆଉ ଫାଇନ ରହିବାକୁ ଭିଡିଓ ବାର୍ତ୍ତା ଦେଲେ ସଚିନ
author img

By

Published : Jun 8, 2020, 6:37 AM IST

ମୁମ୍ବାଇ: ଭାରତୀୟ କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ରବିବାର ଦିନ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ତାଙ୍କ ଫ୍ୟାନ୍ସମାନଙ୍କ ପାଇଁ ଏକ ବାର୍ତ୍ତା ପଠାଇଛନ୍ତି । ସେ ଏକ ଭିଡିଓ ସେୟାର କରି କହିଛନ୍ତି ଯେ, ଦୁଇ ମାସରୁ ଅଧିକ ସମୟ ଧରି ଦେଶରେ ତାଲାବନ୍ଦ ସତ୍ତ୍ବେ ଲୋକମାନେ ହାର ମାନିବା ଉଚିତ୍ ନୁହେଁ ।

"ଏହି ଲକଡାଉନ୍ ସମସ୍ତଙ୍କ ପାଇଁ କଠିନ ହୋଇଛି । କିନ୍ତୁ ଆମେ ହାର ମାନିବୁ ନାହିଁ । ପ୍ରତିଦିନ କିଛି ବାଟ ଚାଲିବା ଏବଂ ନିଜକୁ ସୁସ୍ଥ ରଖିବା" ତେବେ କୋରୋନା ମହାମାରୀ ବିରୁଦ୍ଧ ଲଢେଇ ସମୟରେ ପିତାମାତାଙ୍କ ଯତ୍ନ ନେବା ଉପରେ ତେନ୍ଦୁଲକର ଗୁରୁତ୍ବାରୋପ କରିଥିଲେ ।

‘‘ ଆମର ପିତାମାତା ଆମକୁ ଦେଇଥିବା ନିଃସ୍ବାର୍ଥ ପ୍ରେମ, ସମର୍ଥନ ବ୍ୟକ୍ତିଗତ ଭାବରେ ଆମର ମୂଳଦୁଆ ପକାଥାଏ । ମୋ ଜୀବନରେ ମଧ୍ୟ ମୋର ପିତାମାତାଙ୍କ ସମର୍ଥନ ଏବଂ ମାର୍ଗଦର୍ଶନ ମୋତେ ଆଜିର ବ୍ୟକ୍ତି ହେବାରେ ସାହାଯ୍ୟ କରିଛି ।’’

ତେନ୍ଦୁଲକର ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ କହିଛନ୍ତି ଯେ "ଏହି ଆହ୍ବାନପୂର୍ଣ୍ଣ ସମୟରେ ଆମ ପିତାମାତା ଆମକୁ ପୂର୍ବ ଅପେକ୍ଷା ଅଧିକ ଆବଶ୍ୟକ କରନ୍ତି । ସେମାନଙ୍କର ଯତ୍ନ ନେବା ଆମର ଦାୟିତ୍ବ ଅଟେ ।’’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.