ETV Bharat / sports

ଆଇପିଏଲ 2020: ଦୁବାଇରେ ପହଞ୍ଚିଲେ ଦିଲ୍ଲୀ କ୍ୟାପିଟାଲ୍ସ ହେଟମେୟର-କିମୋ ପଲ - Shimron Hetmyer arrive in Dubai

ଆଇପିଏଲ ଆଗାମୀ ସଂସ୍କରଣ ପାଇଁ ରବିବାର ଦୁବାଇରେ ପହଞ୍ଚିଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସର ଦୁଇ କାରବିୟନ ଷ୍ଟାର କିମୋ ପଲ ଓ ସିମ୍ରନ ହେଟମେୟର ।

Keemo Paul, Shimron Hetmyer arrive in Dubai ahead of IPL
ଆଇପିଏଲ 2020: ଦୁବାଇରେ ପହଞ୍ଚିଲେ ଦିଲ୍ଲୀ କ୍ୟାପିଟାଲ୍ସ ହେଟମେୟର- କିମୋ ପଲ
author img

By

Published : Sep 13, 2020, 6:25 PM IST

ଦୁବାଇ: ଆଇପିଏଲ ଆଗାମୀ ସଂସ୍କରଣ ପାଇଁ ବିଦେଶୀ ଖେଳାଳି ଦୁବାଇ ପହଞ୍ଚିବାରେ ଲାଗିଛନ୍ତି । ଏହି କ୍ରମରେ ରବିବାର ଦୁବାଇରେ ପହଞ୍ଚିଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସର ଦୁଇ କାରବିୟନ ଷ୍ଟାର କିମୋ ପଲ ଓ ସିମ୍ରନ ହେଟମେୟର ।

କାରବିୟନ ପ୍ରିମିୟର ଲିଗ ଶେଷ ପରେ ଉଭୟ ଖେଳାଳି ଆଇପିଏଲ 2020 ପାଇଁ ୟୁଏଇ ଅଭିମୁଖେ ଉଡାଣ ଭରିଥିଲେ । ସିପିଏଲରେ ଗୁୟାନା ଆମାଜନ ୱାରିୟର୍ସ ଟିମର ସଦସ୍ୟ ଥିଲେ ଉଭୟ କିମୋ ପଲ ଓ ହେଟମେୟର ।

ତ୍ରିନବାଗୋ ନାଇଟ ରାଇଡର୍ସ, ସେଣ୍ଟ୍ ଲୁସିଆ ଜୋଉକ୍ସକୁ 8 ୱିକେଟରେ ହରାଇ ଚଳିତ ବର୍ଷର ସିପିଏଲ ଚମ୍ପିଆନ ହୋଇଛି ।

ଆଇପିଏଲର 13ତମ ସଂସ୍କରଣ ସେପ୍ଟେମ୍ବର 19ରୁ ନଭେମ୍ବର 10 ପର୍ଯ୍ୟନ୍ତ ଖେଳାଯିବ । ୟୁଏଇର 3ଟି ଭେନ୍ୟୁ( ଆବୁଧାବି, ଦୁବାଇ, ସାରଜାହ)ରେ ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ ଖେଳାଯିବ । ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ 2020 ଆଇପିଏଲ ସଂସ୍କରଣର ଉଦ୍ଘାଟନୀ ମ୍ୟାଚ ଖେଳାଯିବ । ଦିଲ୍ଲୀ କ୍ୟାପିଟାଲ୍ସ ସେପ୍ଟେମ୍ବର 20ରେ କିଙ୍ଗ୍ସ ଇଲେଭେନ ପଞ୍ଜାବ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.