ETV Bharat / sports

ଶୋଏବ ଅଖତରଙ୍କୁ କପିଲ ଦେବଙ୍କ ଜବାବ: ଭାରତକୁ ଦରକାର ନାହିଁ ଟଙ୍କା

author img

By

Published : Apr 9, 2020, 9:00 PM IST

କୋରୋନା ଫଣ୍ଡ ପାଇଁ ଭାରତ-ପାକିସ୍ତାନ ମ୍ୟାଚ କରିବାକୁ କହିଲେ ଅଖତର । କଡ଼ା ଜବାବ ଦେଲେ କପିଲ ଦେବ । ଅଧିକ ପଢ଼ନ୍ତୁ...

kapil dev, reply to shoaib akhtar, saying india doesn't need money, ଶୋଏବ ଅଖତର, କପିଲ ଦେବ, ଭାରତକୁ ଦରକାର ନାହିଁ ଟଙ୍କା
ଶୋଏବ ଅଖତରଙ୍କୁ କପିଲ ଦେବଙ୍କ ଜବାବ: ଭାରତକୁ ଦରକାର ନାହିଁ ଟଙ୍କା

ନୂଆଦିଲ୍ଲୀ: କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ପାକିସ୍ତାନର ପୂର୍ବତନ କ୍ରିକେଟର ଶୋଏବ ଅଖତରଙ୍କୁ ଦେଇଛନ୍ତି କଡାଜବାବ । ବୁଧବାର ଶୋଏବ ଅଖତର କୋରୋନା ପାଇଁ ଫଣ୍ଡ ଭାରତ-ପାକିସ୍ତାନ ମଧ୍ୟରେ ଏକଦିବସୀୟ ସିରିଜ ଖେଳାଯିବା କଥା କହିଥିଲେ । ତେବେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କପିଲ ଦେବ ଓ କହିଛନ୍ତି ଯେ, ‘ଭାରତକୁ କୌଣସି ଟଙ୍କାର ଆବଶ୍ୟକତା ନାହିଁ’ । ଏହା ସହ କପିଲ କହିଛନ୍ତି ଯେ, କ୍ରିକେଟ ପାଇଁ ଜୀବନକୁ ବିପଦରେ ପକାଇବାର କୌଣସି ମାନେ ନାହିଁ ।

‘ତାଙ୍କୁ ନିଜର ମତ ରଖିବାର ସମ୍ପୂର୍ଣ୍ଣ ଅଧିକାର ଅଛି, କିନ୍ତୁ ଆମର ଟଙ୍କା ଦରକାର ନାହିଁ । ଆମ ପାଖରେ ଯଥେଷ୍ଟ ଟଙ୍କା ଅଛି । ଆମ ପାଇଁ ଏବେ ଅଧିକ ଜରୁରୀ ହେଉଛି ଆମ ଆଧିକାରୀ ମାନେ କିପରି ଭାବେ ମହାମାରୀର ମୁକାବିଲା ପାଇଁ ମିଳିମିଶି କାମ କରିବେ । ମୁଁ ଦେଖୁଛି ଯେ ବର୍ତ୍ତମାନ ବି କିଛି ରାଜନେତା ଟେଲିଭିଜନ ଉପରେ ଦୋଷାରୋପ କରିବାରେ ଲାଗିଛନ୍ତି, ଯାହାକି ବନ୍ଦ ହେବା ଦରକାର,’ ବୋଲି କହିଛନ୍ତି କପିଲ ଦେବ ।

କପିଲ ଆହୁରି ମଧ୍ୟ କହିଛନ୍ତି ଯେ, ‘ତେବେ BCCI ବର୍ତ୍ତମାନ 51 କୋଟି ଟଙ୍କା ସହାୟତା ପ୍ରଦାନ କରି ସାରିଛି । ଦରକାର ପଡିଲେ ଅଧିକ ଦେବାର କ୍ଷମତା ମଧ୍ୟ ରଖିଛି । ଆମକୁ ଅର୍ଥ ଯୋଗାଡ କରିବାର ଆବଶ୍ୟକତା ନାହିଁ ।’

‘ପରିସ୍ଥିତି ଶୀଘ୍ର ସ୍ବାଭାବିକ ହେବାର ସମ୍ଭାବନା ବର୍ତ୍ତମାନ ଦେଖାଯାଉ ନାହିଁ । ଏପରି ସ୍ଥିତିରେ କ୍ରିକେଟ ମ୍ୟାଚ ଅର୍ଥ ହେଉଛି କ୍ରିକେଟରଙ୍କ ଜୀବନକୁ ବିପଦରେ ପକାଇବା । ଯାହା ଆମର ଦରକାର ନାହିଁ,’ କହିଛନ୍ତି ପୂର୍ବତନ ବିଶ୍ବକପ ବିଜୟୀ କ୍ୟାପ୍ଟେନ ।

ଏହାସହ ସେ କହିଛନ୍ତି ଯେ, ‘ତିନୋଟି ମ୍ୟାଚରୁ ଆପଣ କେତେ ଆୟ କରିବେ ? ମୋ ମତରେ ଆସନ୍ତା 6 ମାସ ପର୍ଯ୍ୟନ୍ତ କ୍ରିକେଟ କଥା ନଭାବିବା ଭଲ ।’

ବର୍ତ୍ତମାନ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ଜୀବନ ବଞ୍ଚାଇବା ଓ ଲକଡାଉନ ପାଇଁ ଅଭାବ ଅସୁବିଧାର ସମ୍ମୁଖୀନ ହେଉଥିବା ଗରିବ ଲୋକଙ୍କ ସାହାଯ୍ୟ କରିବା ବୋଲି କହିଛନ୍ତି କପିଲ ଦେବ ।

‘ପରିସ୍ଥିତି ସ୍ବାଭାବିକ ହେଲେ ଖେଳ ଆରମ୍ଭ ହେବ । କିନ୍ତୁ ବର୍ତ୍ତମାନ ଦେଶଠାରୁ ଅଧିକ କିଛି ଜରୁରୀ ନୁହେଁ ।’

ଏହାସହ ଆମେରିକା ଭଳି ଦେଶକୁ ସାହାଯ୍ୟ କରିବାକୁ ସାମର୍ଥ ହୋଇଥିବାରୁ ଆମ ଦେଶକୁ ନେଇ ଗର୍ବ ଅନୁଭବ କରିଛନ୍ତି ସେ ।

‘ଅନ୍ୟକୁ ସାହାଯ୍ୟ କରିବା ଆମ ସଂସ୍କୃତି ଏବଂ ଏହାକୁ ନେଇ ମୁଁ ଗର୍ବ କରେ । ଆମେ ଅନ୍ୟକୁ ସାହାଯ୍ୟ କରି ଶ୍ରେୟ ନେବା ଉଚିତ ନୁହେଁ । ବରଂ ଆମେ ଚେଷ୍ଟା କରିବା ଉଚିତ ଯେ କେମିତି ଆମେ ଅନ୍ୟଠାରୁ କିଛି ନେବା ଅପେକ୍ଷା ଅଧିକରୁ ଅଧିକ ଦେଇ ପାରିବା ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.