ETV Bharat / sports

ଶ୍ରୀଲଙ୍କା ବିପକ୍ଷ ସିରିଜରେ କାଲିସ ଇଂଲଣ୍ଡର ବ୍ୟାଟିଂ ପରାମର୍ଶଦାତା

author img

By

Published : Dec 21, 2020, 8:08 PM IST

ଅଲରାଉଣ୍ଡର କାଲିସ 166ଟି ଟେଷ୍ଟରୁ 55.37 ହାରରେ 13,298 ରନ ସଂଗ୍ରହ କରିଛନ୍ତି । ଅଧିକ ପଢନ୍ତୁ...

Kallis appointed England batting consultant for Lanka tour next month
ଶ୍ରୀଲଙ୍କା ବିପକ୍ଷ ସିରିଜରେ କାଲିସ ଇଂଲଣ୍ଡର ବ୍ୟାଟିଂ ପରାମର୍ଶଦାତା

ଲଣ୍ଡନ: ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ କ୍ରିକେଟର ଜାକ କାଲିସଙ୍କୁ ସୋମବାର ଇଂଲଣ୍ଡ ବ୍ୟାଟିଂ ପରାମର୍ଶଦାତା ଭାବେ ନିଯୁକ୍ତ କରିଛନ୍ତି ଇସିବି । ଶ୍ରୀଲଙ୍କା ବିପକ୍ଷରେ ଆସନ୍ତା ମାସରେ ହେବାକୁ ଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ କାଲିସଙ୍କୁ ଏହି ଦାୟିତ୍ବ ମିଳିଛି ।

ଏନେଇ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ(ECB) ପକ୍ଷରୁ ଏକ ବିବୃତିରେ ପ୍ରକାଶ କରିଛି । ଜାନୁଆରୀ 2ରେ ଇଂଲଣ୍ଡ ଟିମ, ଶ୍ରୀଲଙ୍କା ଅଭିମୁଖେ ଯାତ୍ରା କରିବ ।

ଗତବର୍ଷ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ 45 ବର୍ଷୀୟ କାଲିସ, ଦକ୍ଷିଣ ଆଫ୍ରିକା ଟିମ ପାଇଁ ସମାନ ଦାୟିତ୍ବ ନିଭାଇଥିଲେ ।

ସର୍ବକାଳୀନ ଶ୍ରେଷ୍ଠ କ୍ରିକେଟରଙ୍କ ମଧ୍ୟରୁ ଅନ୍ୟତମ ଅଲରାଉଣ୍ଡର କାଲିସ 166ଟି ଟେଷ୍ଟରୁ 55.37 ହାରରେ 13,298 ରନ ସଂଗ୍ରହ କରିଛନ୍ତି । ଏଥିସହ ଦକ୍ଷିଣ ଆଫ୍ରିକା ପକ୍ଷରୁ 292 ୱିକେଟ ମଧ୍ୟ କାଲିସଙ୍କ ନାମରେ ରହିଛି । ତେବେ ଫେବୃଆରୀରେ ଟିମ ଇଣ୍ଡିଆ ବିପକ୍ଷ ସିରିଜ ପାଇଁ କାଲିସଙ୍କ ଇଂଲଣ୍ଡର ବ୍ୟାଟିଂ ପରାମର୍ଶଦାତା କାର୍ଯ୍ୟକାଳରେ ବୃଦ୍ଧି ହେବ କି ନାହିଁ ସ୍ପଷ୍ଟ ହୋଇନାହିଁ ।

ପୂର୍ବତନ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ପଲ କଲିଂଉଡ, ମୁଖ୍ୟ କୋଚ କ୍ରିସ ସିଲଭରୁଡଙ୍କ ସହକାରୀ ଭାବେ କାର୍ଯ୍ୟ କରିବେ । ସେହିପରି ଜନ ଲେୱିସ ବୋଲିଂ କୋଚ, ଜିତନ ପଟେଲ ସ୍ପିନ ବୋଲିଂ ପରାମର୍ଶଦାତା, କାର୍ଲ ହପପିନସନ ଫିଲ୍ଡିଂ କୋଚ ଓ ଜେମ୍ସ ଫୋଷ୍ଟର ୱିକେଟ କିପର ପରାମର୍ଶଦାତା ଭାବେ ଶ୍ରୀଲଙ୍କା ଗସ୍ତ କରିବେ । ଉଭୟ ଟେଷ୍ଟ ଗାଲେ ଠାରେ ଜାନୁଆରୀ 14-18 ଓ 22-26 ମଧ୍ୟରେ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.