ETV Bharat / sports

ଜୟ ଶାହା ହେଲେ ଏସିଆନ କ୍ରିକେଟ କାଉନସିଲର ସଭାପତି

ଏସିଆନ କ୍ରିକେଟ କଣ୍ଟ୍ରୋଲ କାଉନସିଲ(ACC)ର ସଭାପତି ହେଲେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ସମ୍ପାଦକ ଜୟ ଶାହା ।

author img

By

Published : Jan 30, 2021, 7:56 PM IST

Jay Shah appointed President of Asian Cricket Council
ଜୟ ଶାହା ହେଲେ ଏସିଆନ କ୍ରିକେଟ କାଉନସିଲର ସଭାପତି

ନୂଆଦିଲ୍ଲୀ:ଏସିଆନ କ୍ରିକେଟ କଣ୍ଟ୍ରୋଲ କାଉନସିଲ(ACC)ର ସଭାପତି ହେଲେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ସମ୍ପାଦକ ଜୟ ଶାହା ।

ଏନେଇ ଶନିବାର ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ସିଂ ଧୂମଲ ଟ୍ବିଟ ଯୋଗେଁ ସୂଚନା ଦେଇଛନ୍ତି । ଏଥିସହ ନବନିଯୁକ୍ତ ସଭାପତିଙ୍କୁ ଶୁଭେଚ୍ଛା ଜଣାଇବା ସହ, ଜୟଙ୍କ ନେତୃତ୍ବରେ ଏସିସି ଏସିଆନ କ୍ରିକେଟର୍ସଙ୍କ ହିତରେ କାର୍ଯ୍ୟ କରିବ ଓ କ୍ରିକେଟର ପରିଚାଳନାର ନୂତନ ଶିଖରକୁ ଛୁଇଁବ । ସଫଳତମ କାର୍ଯ୍ୟକାଳ ପାଇଁ ଶୁଭକାମନା ବୋଲି ଟ୍ବିଟରେ ଲେଖିଛନ୍ତି ଧୂମଲ ।

ବାଂଲାଦେଶ କ୍ରିକେଟ ବୋର୍ଡ(BCB) ମୁଖ୍ୟ ନଜମୁଲ ହୁସେନ ପୂର୍ବରୁ ଏସିସିର ମୁଖ୍ୟ ଥିଲେ । ଜୟ ଶାହା ଏବେ ଏହି ଦାୟିତ୍ବ ସମ୍ଭାଳିବେ । ଏସିଆର ଆଞ୍ଚଳିକ ପରିଚାଳନା ବୋର୍ଡ ହେଉଛି ଏସିଆନ କ୍ରିକେଟ କାଉନସିଲ । ଏଥିରେ ବର୍ତ୍ତମାନ 24ଟି ସଦସ୍ୟ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.