ETV Bharat / sports

4ର୍ଥ ଦିନିକିଆ ଜିତି ସିରିଜ ସିଲ୍‌ କଲା ଇଂଲଣ୍ଡ

ଜସନ ରୟଙ୍କ ଦମଦାର ଶତକୀୟ ପାଳି ଓ ଅଲରାଉଣ୍ଡର ବେନ ଷ୍ଟୋକ୍‌ଙ୍କ ଧୁଆଁଧାର 71ରନ ବଳରେ 4ର୍ଥ ଦିନିକିଆକୁ 3 ୱିକେଟରେ ଜିତି ନେଇଛି ଘରୋଇ ଇଂଲଣ୍ଡ । ଏହି ବିଜୟ ସହ ପାକିସ୍ତାନ ବିପକ୍ଷ ଘରୋଇ ଦିନିକିଆ ସିରିଜକୁ 3-0ରେ ସିଲ କରିଛି ବ୍ରିଟିଶ ଦଳ ।

author img

By

Published : May 18, 2019, 10:47 AM IST

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ନଟିଂହାମ: ଜସନ ରୟଙ୍କ ଦମଦାର ଶତକୀୟ ପାଳି ଓ ଅଲରାଉଣ୍ଡର ବେନ ଷ୍ଟୋକ୍‌ଙ୍କ ଧୁଆଁଧାର 71ରନ ବଳରେ 4ର୍ଥ ଦିନିକିଆକୁ 3ୱିକେଟରେ ଜିତି ନେଇଛି ଘରୋଇ ଇଂଲଣ୍ଡ । ଏହି ବିଜୟ ସହ ପାକିସ୍ତାନ ବିପକ୍ଷ ଘରୋଇ ଦିନିକିଆ ସିରିଜକୁ 3-0ରେ ସିଲ କରିଛି ବ୍ରିଟିଶ ଦଳ । ତେବେ ପ୍ରଥମ ମ୍ୟାଚ ବର୍ଷ।ରେ ଧୋଇ ଯାଇଥିବା ବେଳେ ଭ୍ରମଣକାରୀ ପାକିସ୍ତାନ ପ୍ରଥମ ବିଜୟ ଅପେକ୍ଷାରେ ରହିଛି ।

Jason Roy
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ତେବେ ସବୁଠାରୁ ବଡ କଥା ହେଲା 4ର୍ଥ ଦିନିକିଆରେ ମଧ୍ୟ 300+ ସ୍କୋରକୁ ଚେଜ୍‌ କରିଛି ଘରୋଇ ଦଳ । ପ୍ରଥମ ବ୍ୟାଟିଂ କିରି ନିର୍ଦ୍ଧାରିତ 50 ଓଭରରେ 7 ୱିକେଟ ହରାଇ 340ରନ କରିଥିଲା ଭ୍ରମଣକାରୀ ପାକିସ୍ତାନ । ଜବାବରେ 3ଟି ବଲର ବାକିଥାଇ ଧାର୍ଯ୍ୟ ଲକ୍ଷ୍ୟକୁ ହାସଲ କରି ନେଇଥିଲା ଘରୋଇ ଇଂଲଣ୍ଡ । ଇଂଲଣ୍ଡ ପକ୍ଷରୁ ଓପନର ଜସନ ରୟ 89ବଲରୁ 114ରନର ବିଜୟ ପାଳି ଖେଳିଥିଲେ । ସେହିପରି ଅଲରାଉଣ୍ଡର ବେନ୍‌ ଷ୍ଟୋକ୍‌ 64ବଲରୁ 71ରନ କରିଥିଲେ । 2ୟ ଭାଗରେ ବୋଲିଂ କରୁଥିବା ପାକିସ୍ତାନ ପକ୍ଷରୁ ଇମାଦ ୱିସିମ୍‌ ଓ ମହମ୍ମଦ ହାସନି ଦୁଇଟି ଲେଖାଏଁ ୱିକେଟ ନେଇଥିଲେ ।

Pakistan
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ସେହିପରି ପ୍ରଥମେ ବ୍ୟାଟିଂ କରିଥିବା ଅତିଥି ପାକିସ୍ତାନ ପକ୍ଷରୁ ବାବର ଆଜାମ 112 ବଲରୁ 115ରନର ଶତକୀୟ ପାଳି ଖେଳିଥିଲେ । ସେହିପରି ଫକର ଆଜାମ(57) ଓ ମହମ୍ମଦ ହାଫିଜ୍‌(59) କରିଥିଲେ । ତେବେ ପ୍ରଥମ ବୋଲିଂ କରୁଥିବା ଘରୋଇ ଦଳ ପକ୍ଷରୁ ଅଲରାଉଣ୍ଡର ଜୋଫ୍ରାଆର୍ଚର ଗୋଟିଏ, ମାର୍କ ଉଡ଼ ଦୁଇଟି ଓ ଟମ କୁରନ ଚାରୋଟି ୱିକେଟ ନେଇଥିଲେ ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.