ମୁମ୍ବାଇ: ମହାନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମହାମାରୀ କୋରୋନା ଭାଇରସ କବଳରୁ ବର୍ତ୍ତିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଜନତାକର୍ଫ୍ୟୁର ଅପିଲ କରିଥିଲେ । ରବିବାର ସମସ୍ତ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ଗ୍ରହଣ କରି ଜନତାକର୍ଫ୍ୟୁ ପାଳନ କରିଥିଲେ ।
ଏଥିସହିତ ଜରୁରୀ ସେବା ପ୍ରଦାନକାରୀକୁ ସଂଖ୍ୟା 5ଟାରେ, 5ମିନିଟ ତାଳି, ଥାଳି ଓ ଘଣ୍ଟି ବଜାଇ ଧନ୍ୟବାଦ ଜଣାଇବାକୁ କହିଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ବାର୍ତ୍ତାକୁ ଗ୍ରହଣ କରିଥିଲେ ସମସ୍ତ ଭାରତୀୟ । ସଂନ୍ଧ୍ୟା 5ଟା ହେବାକ୍ଷଣି ସମସ୍ତେ କୋରୋନା ଭାଇରସ(COVID-19)ର ବିପଦ ସମୟରେ ସେବାପ୍ରଦାନ କରୁଥିବା ସମସ୍ତ ଲୋକଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ଜଣାଇଥିଲେ । ଦିନ ତମାମ କର୍ଫ୍ୟୁ ଯୋଗୁଁ ନିସ୍ତବ୍ଦ ଭାରତ ଶେଷରେ ତାଳି, ଥାଳି ଓ ଘଣ୍ଟି ମାଧ୍ୟମରେ କଥା କହିଥିଲା ।
ସବୁ ଭାରତୀୟ ଗୋଟିଏ ସୁତ୍ରରେ ଏକତ୍ର ହୋଇ କୋରୋନା ଭାଇରସ ସହ ଲଢିବାକୁ ନେଇ ସେ ଧନ୍ୟବାଦ ଜଣାଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ