ETV Bharat / sports

ଟି-20 ବିଶ୍ବକପରୁ ଇଂଲଣ୍ଡ ବାଦ୍‌, ଫଳାଫଳରେ ନିରାଶ କ୍ୟାପଟେନ

author img

By

Published : Mar 5, 2020, 3:13 PM IST

ଭାରତ-ଇଂଲଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟାଚ ବାତିଲ ପରେ ଫାଇନାଲକୁ ଉନ୍ନିତ ହୋଇଛି ଭାରତ । ମ୍ୟାଚ ବାତିଲ ପରେ ନିରାଶ ହେବା ସହ ବିଶ୍ବକପରୁ ବାହାର ହୋଇଛି ଇଂଲଣ୍ଡ ଦଳ । ଇଂଲଣ୍ଡ ମହିଳା ଦଳର କ୍ୟାପଟେନ ହିଥର ନାଇଟ ଏହି ପରିଣାମରେ ଅସନ୍ତୋଷ ଜାହିର କରିଛନ୍ତି ।

T20 Worldcup
ଟି-20 ବିଶ୍ବକପରୁ ଇଂଲଣ୍ଡ ବାଦ୍‌

ସିଡନୀ: ଭାରତ-ଇଂଲଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟାଚ ବାତିଲ ପରେ ଫାଇନାଲକୁ ଉନ୍ନିତ ହୋଇଛି ଭାରତ । ଏଥିସହିତ ଟି-20 ବିଶ୍ବକପ ଇତିହାସରେ ପ୍ରଥମ ଥର ଫାଇନାଲରେ ପ୍ରବେଶ କରିଛି ଭାରତ । ମ୍ୟାଚ ବାତିଲ ପରେ ନିରାଶ ହେବା ସହ ବିଶ୍ବକପରୁ ବାହାର ହୋଇଛି ଇଂଲଣ୍ଡ ଦଳ । ଇଂଲଣ୍ଡ ମହିଳା ଦଳର କ୍ୟାପଟେନ ହିଥର ନାଇଟ ଏହି ପରିଣାମରେ ଅସନ୍ତୋଷ ଜାହିର କରିଛନ୍ତି ।

T20 Worldcup
ଭାରତ-ଇଂଲଣ୍ଡ ସେମିଫାଇନାଲ ମ୍ୟାଚ ବାତିଲ

ନାଇଟ କହିଛନ୍ତି ତାଙ୍କ ଦଳ ବିଶ୍ବକପର ସମାପ୍ତି ଏପରି ଭାବରେ ଆଶା କରୁନଥିଲା । ବାସ୍ତବରେ ଏହା ଅତ୍ୟନ୍ତ ନିରାଶଜନକ ବୋଲି ଇଂଲଣ୍ଡ କ୍ୟାପଟେନ କହିଛନ୍ତି । ଚଳିତ ବିଶ୍ବକପରେ ସେମିଫାଇନାଲର ରିଜର୍ଭ ଡେ ରଖାଯାଇନାହିଁ ।

ଗ୍ରୁପ ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକା ଠାରୁ ପରାସ୍ତ ହୋଇଥିଲା ଇଂଲଣ୍ଡ । ଏହି ପରାଜୟ ଦଳକୁ ବେଶ ମହଙ୍ଗା ପଡିଛି । ଭାରତୀୟ ଦଳ ତାର ସମସ୍ତ 4ଟି ଗ୍ରୁପ ପର୍ଯ୍ୟାୟ ମ୍ୟାଚ ଜିତି ପଏଣ୍ଟ ତାଲିକାର ଶୀର୍ଷରେ ରହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.