ETV Bharat / sports

ବ୍ରିସବେନ ବିଜୟକୁ ଶବ୍ଦରେ ବର୍ଣ୍ଣନା କରିବା କଷ୍ଟ: ରାହାଣେ

ଟେଷ୍ଟରେ କ୍ୟାପଟେନ ଭାବେ ଅପରାଜେୟ ରହିଲେ ଅଜିଙ୍କ୍ୟ ରାହାଣେ । ସିରିଜ ବିଜୟରେ ଖୁସି କ୍ୟାପଟେନ ରାହାଣେ । ଅଧିକ ପଢନ୍ତୁ...

author img

By

Published : Jan 19, 2021, 9:09 PM IST

It is difficult to translate this victory into words: Rahane
ଏ ବିଜୟକୁ ଶବ୍ଦରେ ବର୍ଣ୍ଣନା କରିବା କଷ୍ଟ: ରାହାଣେ

ବ୍ରିସବେନ: ଅଷ୍ଟ୍ରେଲିଆ 328ରନର ବିଜୟ ଲକ୍ଷ୍ୟ ରଖିବା ପରେ, ଫ୍ୟାନ୍ସଙ୍କୁ ହୁଏତ ଭାରତର ବିଜୟ ଆଶା ନଥିଲା । ମାତ୍ର ଯୁବ ଖେଳାଳି ବିଜୟର ଭାର ନିଜ କାନ୍ଧକୁ ନେବା ସହ ଭାରତକୁ ଐତିହାସିକ ବିଜୟ ଭେଟିଦେଲେ । ଏହାସହ 4 ମ୍ୟାଚ ବିଶିଷ୍ଟ ସିରିଜ 2-1ରେ ନିଜ ନାମରେ କରିବା ସହ ବର୍ଡର-ଗାଭାସ୍କର ଟ୍ରଫି ନିଜ ପାଖରେ ରଖିଛି ଭାରତ । ଶୁଭମନ ଗିଲ 91, ଓ ଋଷଭ ପନ୍ତ ଅପରାଜିତ 89 ରନର ମ୍ୟାଚ ବିଜୟୀ ଇଂନିସ ଖେଳିଲେ ।

It is difficult to translate this victory into words: Rahane
ବ୍ରିସବେନ ବିଜୟକୁ ଶବ୍ଦରେ ବର୍ଣ୍ଣନା କରିବା କଷ୍ଟ: ରାହାଣେ

ଏହି ବିଜୟରେ ଟିମର କାମଚଳା କ୍ୟାପଟେନ ଅଜିଙ୍କ୍ୟ ରାହାଣେ ଅତ୍ୟନ୍ତ ଖୁସିବ୍ୟକ୍ତ କରିଛନ୍ତି । ଏହି ବିଜୟକୁ ଶବ୍ଦରେ ବର୍ଣ୍ଣନା କରିବା କଷ୍ଟକର ବୋଲି କହିଛନ୍ତି ରାହାଣେ ।

ରାହାଣେ କହିଛନ୍ତି, "ବ୍ୟାଟିଂ ପାଇଁ ଆସିବାପରେ ପୂଜାରାଙ୍କ ସହ ଏହି ଆଲୋଚନା ହୋଇଥିଲା ଯେ, ପୂଜାରା ଗୋଟିଏ ପଟେ ୱିକେଟ ବଞ୍ଚାଇବେ ଅନ୍ୟପଟେ ବଡ ସଟ୍ ଖେଳାଯିବ । କାରଣ ମୟଙ୍କ ଓ ପନ୍ତ ପରେ ବ୍ୟାଟିଂ ପାଇଁ ଅଛନ୍ତି । ପୂଜାରା ଯେପରି ଭାବେ ସମସ୍ତ ଚାପକୁ ମୁକାବିଲା କଲେ ତାହା ବାସ୍ତବିକ ପ୍ରଶଂସନୀୟ । ଶେଷରେ ପନ୍ତ ମଧ୍ୟ ଦମଦାର ବିଜୟୀ ଇଂନିସ ଖେଳିଲେ ।

20 ୱିକେଟ ହାସଲ କରିବା ଆବଶ୍ୟକ ଥିଲା, ସେଥିପାଇଁ 5 ବୋଲରଙ୍କୁ ଚୟନ କରିଥିଲୁ । ୱାସିଂଟନ ସୁନ୍ଦରଙ୍କ ପରେ ଟିମ ସନ୍ତୁଳିତ ହେଲା । ସିରାଜ ଦୁଇଟି ଟେଷ୍ଟ ମ୍ୟାଚ ଖେଳିଥିଲେ, ସାଇନି ଗୋଟିଏ ମ୍ୟାଚ ଓ ଠାକୁର ଗୋଟିଏ ମ୍ୟାଚ ଖେଳିଥିଲେ । ନଟରାଜନ ପଦାର୍ପଣ କଲେ, ଏଭଳି ଟିମ ସହ ସିରିଜ ଜିତିବା ସ୍ବତନ୍ତ୍ର ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.