ହାଇଦ୍ରାବାଦ: ଭାରତୀୟ ଭେଟେରାନ ପେସ ବୋଲର ଈଶାନ୍ତ ଶର୍ମା 31 ବର୍ଷରେ ପାଦ ଦେଇଛନ୍ତି । ମାତ୍ର 18 ବର୍ଷ ବୟସରେ ଈଶାନ୍ତ ଟେଷ୍ଟ ଡେବ୍ୟୁ କରିଥିଲେ । ଢାକା ଠାରେ 2007 ମସିହାରେ ବାଂଲାଦେଶ ବିପକ୍ଷରେ ଭାରତ ପାଇଁ ପ୍ରଥମ ଟେଷ୍ଟ ମ୍ୟାଚ ଖେଳିଥିଲେ ସେ ।
ଈଶାନ୍ତ ଭାରତୀୟ ଟେଷ୍ଟ ଦଳର ଜଣେ ପ୍ରମୁଖ ବୋଲର । 2014 ଇଂଲଣ୍ଡ ବିପକ୍ଷରେ ଲର୍ଡ୍ସ ଟେଷ୍ଟରେ 7ଟି ୱିକେଟ ନେଇ ଚହଳ ସୃଷ୍ଟି କରିଥିଲେ । ଭାରତ ଏହି ମ୍ୟାଚରେ ଇଂଲଣ୍ଡକୁ ନିଜ ମାଟିରେ ପରାଜିତ କରିଥିଲା । ତେବେ 92 ଟେଷ୍ଟ ଖେଳି 276 ୱିକେଟ ଅକ୍ତିଆର କରିଛନ୍ତି ଈଶାନ୍ତ । ଚଳିତ ୱେଷ୍ଟଇଣ୍ଡିଜ ବିପକ୍ଷ 2ୟ ଟେଷ୍ଟରେ ଆକର୍ଷଣୀୟ ଅର୍ଧଶତକ ହାସଲ କରି ବ୍ୟାଟରେ ମଧ୍ୟ କମାଲ ଦେଖାଇଛନ୍ତି।
ଏଥିସହିତ ଈଶାନ୍ତ କ୍ୟାରିୟରର 156ତମ ୱିକେଟ ହାସଲ କରିବା ପରେ, ଏକ ବଡ ସଫଳତାର ଅଧିକାରୀ ହୋଇଛନ୍ତି । ସେ ଏସିଆ ମହାଦେଶ ବାହାରେ ସର୍ବାଧିକ ୱିକେଟ ହାସଲକାରୀ ଭାରତୀୟ ବୋଲର ହୋଇଛନ୍ତି । ତେବେ 155 ୱିକେଟ ନେଇ କପିଳ ଦେବ ଏହି ତାଲିକାର ପ୍ରଥମ ସ୍ଥାନରେ ରହିଥିଲେ ।
ଜାହିର ଖାନ 147 ୱିକେଟ ସହ ଏହି ତାଲିକାର 3ୟ ସ୍ଥାନରେ ରହିଛନ୍ତି । ମହମ୍ମଦ ସାମି 101 ୱିକେଟ ହାସଲ ତାଲିକାର 4ର୍ଥ ସ୍ଥାନରେ ରହିଛନ୍ତି। ଟେଷ୍ଟରେ ଏସିଆ ମହାଦେଶ ବାହାରେ ଭାରତୀୟ ବୋଲର ଭାବେ 200 ୱିକେଟ ଅକ୍ତିଆର କରି ପ୍ରଥମ ସ୍ଥାନରେ ରହିଛନ୍ତି ଅନିଲ କୁମ୍ବଲେ।