ନୂଆଦିଲ୍ଲୀ: ଆସନ୍ତା ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ଭାରତୀୟ ଦଳକୁ ଲାଗିଛି ବଡ ଝଟକା । ଆହତ ସାଜିଛି କାଳ । ଜଣଙ୍କ ପରେ ଜଣେ ଅଭିଜ୍ଞ ଖେଳାଳି ପଡୁଛନ୍ତି ବାଦ । ଅଭିଜ୍ଞ ଓପନର ଶିଖର ଧୱନଙ୍କ ପରେ ଟେଷ୍ଟ ଦଳରୁ ବାଦ ପଡିଛନ୍ତି ପେସ ଷ୍ଟାର ଇଶାନ୍ତ ଶର୍ମା ।
ତେବେ ଅଭିଜ୍ଞ ବୋଲର ଇଶାନ୍ତ ଶର୍ମା ବିଦର୍ଭ ଦଳ ବିପକ୍ଷରେ ଦିଲ୍ଲୀ ପକ୍ଷରୁ ରଣଜୀ ମ୍ୟାଚ ଖେଳୁଥିବାବେଳେ ଆହତ ହୋଇଛନ୍ତି । ତାଙ୍କ ଗୋଇଠିରେ ଆଘାତ କାରଣରୁ ନ୍ୟୁଜିଲ୍ୟାଣ୍ଡ ଗସ୍ତରୁ ବାଦ୍ ପଡ଼ିଛନ୍ତି । ସୋମବାର ରଣଜୀ ଟ୍ରଫି ମ୍ୟାଚରେ ଦିଲ୍ଲୀ ପକ୍ଷରୁ ଖେଳୁଥିବା ଇଶାନ୍ତଙ୍କୁ ବିଦର୍ଭର ଦ୍ୱିତୀୟ ଇନିଂସର ପଞ୍ଚମ ଓଭରରେ ଆଘାତ ଲାଗିଥିଲା । ଏ ନେଇ ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ୍ ସଂଘ (ଡିଡିସିଏ)ର ଜେନେରାଲ୍ ସେକ୍ରେଟାରୀ ବିନୋଦ ତିହାରା ସୂଚନା ଦେଇଛନ୍ତି ।