ନୂଆଦିଲ୍ଲୀ: ଭାରତୀୟ ଦ୍ରୁତ ବୋଲର ଇଶାନ୍ତ ଶର୍ମା ରାଷ୍ଟ୍ରୀୟ କ୍ରିକେଟ ଏକାଡେମୀ (ଏନସିଏ)ରେ ନିଜର ଫିଟନେସ ଟେଷ୍ଟ ପାସ୍ କରିଛନ୍ତି । ଏବେ ସେ 21ଫେବୃଆରୀରେ ନ୍ୟୁଜିଲାଣ୍ଡରେ ହେବାକୁ ଥିବା 2ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତୀୟ ଦଳରେ ସାମିଲ ହେବେ ।
31ବର୍ଷୀୟ ଇଶାନ୍ତ ଅରୁଣ ଜେଟଲୀ ଷ୍ଟାଡିୟମରେ ବିଦର୍ଭ ବିପକ୍ଷ ରଣଜୀ ମ୍ୟାଚରେ ଆହତ ହୋଇଥିଲେ । ଏହି କାରଣରୁ 6ସପ୍ତାହ ଆରମ ପାଇଁ ପରାମର୍ଶ ଦିଆଯାଇଥିଲା ।
ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ 2ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ । ସିରିଜର ପ୍ରଥମ ଟେଷ୍ଟ 21ରୁ 25 ଫେବୃଆରୀ ଓ 2ୟ ମ୍ୟାଚ ଫେବୃଆରୀ 29ରୁ ମାର୍ଚ୍ଚ 4 ଯାଏଁ ଖେଳାଯିବ ।