ETV Bharat / sports

LPL: ସୋହେଲ ଖାନଙ୍କ ଟିମରେ ଖେଳିବେ ଇରଫାନ ପଠାନ

author img

By

Published : Nov 1, 2020, 4:13 PM IST

ଲଙ୍କା ପ୍ରିୟିମର ଲିଗ(LPL)ରେ ନଜର ଆସିବେ ଇରଫାନ ପଠାନ । ଏଲପିଏଲର କାଣ୍ଡି ଟସ୍କର୍ସ ଫ୍ରାଞ୍ଚାଇଜ ସହ ଚୁକ୍ତି କରିଛନ୍ତି ଟିମ ଇଣ୍ଡିଆର ଏହି ପୂର୍ବତନ ଅଲରାଉଣ୍ଡର । ଅଧିକ ପଢନ୍ତୁ...

Irfan Pathan to feature in Lanka Premier League
LPL: ସୋହେଲ ଖାନଙ୍କ ଟିମରେ ଖେଳିବେ ଇରଫାନ ପଠାନ

କଲମ୍ବୋ: ଲଙ୍କା ପ୍ରିୟିମର ଲିଗ(LPL)ରେ ନଜର ଆସିବେ ଇରଫାନ ପଠାନ । ଏଲପିଏଲର କାଣ୍ଡି ଟସ୍କର୍ସ ଫ୍ରାଞ୍ଚାଇଜ ସହ ଚୁକ୍ତି କରିଛନ୍ତି ଟିମ ଇଣ୍ଡିଆର ଏହି ପୂର୍ବତନ ଅଲରାଉଣ୍ଡର ।

କାଣ୍ଡି ଟସ୍କର୍ସ ଟିମରେ ୱେଷ୍ଟଇଣ୍ଡିଜ କିମ୍ବଦନ୍ତୀ କ୍ରିସ ଗେଲ୍, ସ୍ଥାନୀୟ ଷ୍ଟାର ଖେଳାଳି କୁଶାଲ ପରେରା, ଶ୍ରୀଲଙ୍କାର ଟି-20 ସ୍ପେଶାଲିଷ୍ଟ କୁଶାଲ ମେଣ୍ଡିସ, ନୁଆନ ପ୍ରଦୀପ ଓ ଇଂଲଣ୍ଡର ଦ୍ରୁତ ବୋଲର ଲିଆମ ପ୍ଳଙ୍କେଟ ରହିଛନ୍ତି ।

ନଭେମ୍ବର 21ରୁ ଆରମ୍ଭ ହେଉଛି ଲଙ୍କା ପ୍ରିମିୟର ଲିଗ । ତେବେ ଏନେଇ ଖୁବଶୀଘ୍ର ଓୌପଚାରିକ ଘୋଷଣା ହେବ ବୋଲି ଟ୍ବିଟ ଯୋଗେଁ ଲଙ୍କା ପ୍ରିମିୟର ଲିଗ ପକ୍ଷରୁ ସୂଚନା ମିଳିଛି ।

"ଏଲପିଏଲର କାଣ୍ଡି ଫ୍ରାଞ୍ଚାଇଜର ସଦସ୍ୟ ହେବା ନେଇ ଖୁସି ଜାହିର କରିଛନ୍ତି ଇରଫାନ । ଟିମରେ ଏକାଧିକ ଚର୍ଚ୍ଚିତ ନାମ ରହିଛି । ଫଳରେ ଅତ୍ୟନ୍ତ ଖୁସି ।" ଏଲପିଏଲର ଘୋଷଣାନାମା ଜାରି ପରେ ଏହା କହିଛନ୍ତି ପଠାନ । ଶ୍ରୀଲଙ୍କାର ପୂର୍ବତନ କ୍ୟାପଟେନ ହାସନ ତିଳକର୍ତନେ ମଧ୍ୟ କାଣ୍ଡି କୋଚିଂ ଷ୍ଟାଫର ଅଂଶ ରହିଛନ୍ତି ।

ଏହି ଟିମର ମାଲିକ ବଲିଉଡ ଅଭିନେତା ସୋହେଲ ଖାନ ରହିଛନ୍ତି । ପଠାନଙ୍କ ଉପସ୍ଥତି ଟିମକୁ କେବଳ ଶକ୍ତିଶାଳି ନୁହେଁ ବରଂ ତାଙ୍କର ଅଭିଜ୍ଞତା ଫାଇଦାମାନ ସାବ୍ୟସ୍ତ ହେବ । ଏହା କହିଛନ୍ତି ସୋହେଲ ଖାନ ।

ନଭେମ୍ବର 21ରୁ 2020 ଡିସେମ୍ବର 13 ପର୍ଯ୍ୟନ୍ତ, ଦୁଇଟି ଭେନ୍ୟୁ ହାମ୍ବାନ୍ତୋର ତାମହିନ୍ଦ୍ରା ରାଜପାକ୍ସ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ ଓ କାଣ୍ଡିର ପାଲେକେଲ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ସମସ୍ତ ମ୍ୟାଚ ଖେଳାଯିବା ନେଇ ସୂଚୀ ରହିଛି ।

ଏଲପିଏଲରେ ମୋଟ 5ଟି ଫ୍ରାଞ୍ଚାଇଜ ରହିଛନ୍ତି । କଲମ୍ବୋ, କାଣ୍ଡି, ଗାଲେ, ଡାମ୍ବୁଲା ଓ ଜାଫନା 15 ଦିନିଆ ଟୁର୍ଣ୍ଣାମେଣ୍ଟରେ 23 ମ୍ୟାଚରେ ଲଢେଇ କରିବେ । ନଭେମ୍ବର 21ରେ କଲମ୍ବୋ ଡାମ୍ବୁଲାକୁ ଉଦ୍ଘାଟନୀ ମ୍ୟାଚରେ ଭେଟିବ । ଡିସେମ୍ବର 13 ରେ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଖେଳାଯିବ । ଡିସେମ୍ବର 14 ରିଜର୍ଭ ଦିନ ରଖାଯାଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.