ନୂଆଦିଲ୍ଲୀ: ବିଶ୍ବର ବିତ୍ତଶାଳୀ କ୍ରିକେଟ ଲିଗ ଆଇପିଏଲର 2020 ସଂସ୍କରଣ ପାଇଁ ମୁଖ୍ୟ ପ୍ରାୟୋଜକ ଭିଭୋକୁ ହଟାଇ ଦିଆଯାଇଛି । ଫଳରେ ନୂଆ ମୁଖ୍ୟ ପ୍ରାୟୋଜକ ସନ୍ଧାନରେ ରହିଛି ଇଣ୍ଡିଆନ ପ୍ରିମିୟର ଲିଗ ।

ବର୍ତ୍ତମାନର ବଜାର ସ୍ଥିତି ଅନୁଯାୟୀ, ଦୂରସଞ୍ଚାର(ଟେଲିକମ) କ୍ଷେତ୍ର ବିଶେଷ ପ୍ରଭାବିତ ହୋଇଛି । ଫଳରେ କୌଣସି ଇ-କମର୍ସ କିମ୍ବା ଇ-ଲର୍ଣ୍ଣିଂ କମ୍ପାନୀ ପ୍ରାୟୋଜକ ହେବା ପାଇଁ ଇଚ୍ଛା ପ୍ରକାଶ କରିପାରେ । ଏହି କ୍ରମରେ ଅନଲାଇନରେ ଜିନିଷ ଯୋଗାଉଥିବା କମ୍ପାନୀ ଆମାଜନ ପ୍ରାୟୋଜକ ରେସରେ ଆଗରେ ଥିବା ଚର୍ଚ୍ଚା ହେଉଛି । ଇ-ଲର୍ଣ୍ଣିଂ କମ୍ପାନୀ ବାଇଜୁ ମଧ୍ୟ ଚର୍ଚ୍ଚାରେ ରହିଛି । ତେବେ ପୂର୍ବରୁ ବାଇଜୁ ବିସିସିଆଇ ସହ ଅନୁବନ୍ଧିତ ଥିବାବେଳେ ଜର୍ସି ପ୍ରାୟୋଜକ ରହିଛି ।

ଫଳରେ ବାଇଜୁର ସମ୍ଭାବନା କମ ଥିବା ଏକାଧିକ ମାର୍କେଟ ବିଷ୍ଳେଷକ ମତ ଦେଇଛନ୍ତି । ଅନ୍ୟତମ ଅନଲାଇନ୍ କମ୍ପାନୀ ଫ୍ଲିପକାର୍ଟ ନାମ ମଧ୍ୟ ଚର୍ଚ୍ଚାରେ ରହିଛି । ଅନ୍ୟପଟେ ଜିଓ ମୁଖ୍ୟ ପ୍ରାୟୋଜକ ହେବାର ସମ୍ଭାବନା ମଧ୍ୟ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ