ETV Bharat / sports

ପରିବର୍ତ୍ତନ ହେବ ଆଇପିଏଲ ଫାଇନାଲ ତାରିଖ ! - ipl final

ନଭେମ୍ବର 8 ପରିବର୍ତ୍ତେ ନଭେମ୍ବର 10ରେ ଆଇପିଏଲ ଫାଇନାଲ ଅନୁଷ୍ଠିତ ହେବ ବୋଲି ଚର୍ଚ୍ଚା ହେଉଛି । ତେବେ ଉକ୍ତ ସପ୍ତାହରେ ଦୀପାବଳି ଥିବାରୁ ପ୍ରସାରଣ ସଂସ୍ଥା ଷ୍ଟାର ସ୍ପୋର୍ଟ 8 ତାରିଖରେ ଫାଇନାଲ ପାଇଁ ଅନିଚ୍ଛା ପ୍ରକାଶ କରିଥିବା ଚର୍ଚ୍ଚା ହେଉଛି ।

ipl-final-likely-to-be-postponed-from-nov-8-to-10
ପରିବର୍ତ୍ତନ ହୋଇପାରେ ଆଇପିଏଲ ଫାଇନାଲ ତାରିଖ
author img

By

Published : Jul 30, 2020, 7:48 PM IST

ମୁମ୍ବାଇ: ଭାରତର ବିତ୍ତଶାଳୀ ଲିଗ୍‌ ଆଇପିଏଲକୁ ନେଇ ଲାଗି ରହିଛି କଳ୍ପନା ଜଳ୍ପନା । ଆସନ୍ତା ଅଗଷ୍ଟ 2 ତାରିଖରେ ବସିବାକୁ ଥିବା ଆଇପିଏଲ ପରିଚାଳନା ପରିଷଦ ବୈଠକରେ ଲିଗକୁ ନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ । ଅନ୍ୟପଟେ ପ୍ରାଥମିକ ଭାବେ ପ୍ରକାଶ ପାଇଥିବା ଖେଳସୂଚୀରେ ସାମ୍ୟକ ପରିବର୍ତ୍ତନ ହୋଇପାରେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି ।

ସେପ୍ଟେମ୍ବର 19ରୁ ନଭେମ୍ବର 8 ପରିବର୍ତ୍ତେ ନଭେମ୍ବର 10 ଆଇପିଏଲ ଫାଇନାଲ ଅନୁଷ୍ଠିତ ହେବ ବୋଲି ଚର୍ଚ୍ଚା ହେଉଛି । ତେବେ ଉକ୍ତ ସପ୍ତାହରେ ଦୀପାବଳି ଥିବାରୁ ପ୍ରସାରଣ ସଂସ୍ଥା ଷ୍ଟାର ସ୍ପୋର୍ଟ 8 ତାରିଖରେ ଫାଇନାଲ ପାଇଁ ଅନିଚ୍ଛା ପ୍ରକାଶ କରିଥିବା ଚର୍ଚ୍ଚା ହେଉଛି । ଆଉ ଏମିତି ହେଲେ ଆଇପିଏଲ ପରବର୍ତ୍ତି ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳକୁ ୟୁଏଇରୁ ହିଁ ଅଷ୍ଟ୍ରେଲିଆ ଉଡିବାକୁ ପଡିବ । ଯାହା ବିସିସିଆଇ ପାଇଁ ଚିନ୍ତାର କାରଣ ସାଜିଛି ।

ଅନ୍ୟପଟେ ଯଦି ପରିବର୍ତ୍ତିତ ଖେଳସୂଚୀକୁ ଚୂଡାନ୍ତ କରାଯାଉଛି, ତେବେ ଆଇପିଏଲ ଇତିହାସରେ ପ୍ରଥମଥର ପାଇଁ ଫାଇନାଲ ମ୍ୟାଚ ରବିବାର ଖେଳାଯାଇ ପାରିବ ନାହିଁ । କାରଣ ନଭେମ୍ବର 10 ତାରିଖ ମଙ୍ଗଳବାର ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.